ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଗୋଟିଏ ବର୍ଷ ପାଇଁ ଯାତ୍ରାରୁ ବ୍ରେକ୍ ନେଲେ ପୀୟୂଷ

Published By : Prameya | April 4, 2025 7:19 PM

ଭୁବନେଶ୍ବର,୪/୪ : ପିଷୟୁଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର । ଚଳିତ ବର୍ଷ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ପିୟୁଷଙ୍କ ଭିଲିଆନ ଗିରି । ୨୦୨୫-୨୬ ବର୍ଷ ପାଇଁ ଯାତ୍ରା କରିବେନି ପୀୟୂଷ । ଏ ନେଇ ଯାତ୍ରା ମାଲିକ ସଂଘକୁ ଜଣାଇଛନ୍ତି । ତେବେ ପୀୟୂଷଙ୍କ ବାପା ଅସୁସ୍ଥ ଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ମାତ୍ର କିଛି ଦିନ ପୂର୍ବରୁ ଉଭୟ ପାର୍ଟିର ପୋଷ୍ଟରରେ ପୀୟୂଷଙ୍କ ଫଟୋ ନଜର ଆସିଥିଲା । 

ପ୍ରକାଶ ଯେ, ଗତ ଫେବ୍ରୁଆରୀ ମାସରେ ପୀୟୂଷ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ପୀୟୂଷ ଏବଂ ଯାତ୍ରା ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ହୋଇଥିଲା ଏହି ବିବାଦ। ସୂର୍ଯ୍ୟମନ୍ଦିର ଯାତ୍ରା ପାର୍ଟିରେ ଅଭିନୟ କରୁଥିବା ପିୟୁଷଙ୍କୁ ଆଗାମୀ ବର୍ଷଠୁ ନେବାକୁ ଚାହିଁଥିଲେ ସିଂହବାହିନୀ ଅପେରାର ପରିଚାଳକ।  ଏଥିପାଇଁ କିଛି ପର୍ଯ୍ୟାୟରେ କଥାବାର୍ତ୍ତା ପରେ ଚୁକ୍ତି ହୋଇଥିଲା। ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କ କହିବା ଅନୁସାରେ  ଚୁକ୍ତି କରି ପିୟୁଷଙ୍କୁ  ୫୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ଏକ ଦାମୀ ଫର୍ଚ୍ୟୁନର ଗାଡ଼ି ଦେଇଥିଲେ। ପୀୟୁଷ ସିଂହବାହିନୀକୁ ଆସିବାକୁ କଥା ହେବା ସହ ପୁରୀ ଜଗନ୍ନାଥ ମନ୍ଦିରରେ ଶପଥ ବି କରିଥିବା ଦାବି କରିଥିଲେ ସଞ୍ଜୀବ। 

କିନ୍ତୁ ପରେ ପୀୟୁଷ ମନା କରିଥିଲେ ସିଂହବାହିନୀ ଯାତ୍ରା ଅନୁଷ୍ଠାନରେ କାମ କରିବେନି । ସୋସିଆଲ୍ ମିଡିଆରେ ପୀୟୂଷ ସିଂହବାହିନୀ ଯାଉନଥିବା କଥା ମଧ୍ୟ କହିଥିଲେ। ଯାହାକୁ ନେଇ ଅନେକ ବିବାଦ ହୋଇଥିଲା। ଶେଷରେ ନ୍ୟୁଜ୍ ସେଭେନ ଷ୍ଟୁଡିଓରେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିଲା। ପୀୟୂଷ ସିଂହବାହିନୀ ସହ କାମ କରିବେ ବୋଲି କହିଥିଲେ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.