ଭୁବନେଶ୍ବର,୧୦।୧ : ରାଉରକେଲାରେ ବିମାନ ଦୁର୍ଘଟଣା କ୍ରାସ ଲ୍ୟାଣ୍ଡିଂ ନୁହେଁ, ଫୋର୍ସ ଲ୍ୟାଣ୍ଡିଂ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି।ଇଞ୍ଜିନରେ ତ୍ରୁଟି ଥାଇପାରେ ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି। ଅବତରଣର ୧୫ ମିନିଟ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି ବୋଲି ବିମାନବନ୍ଦର ନିର୍ଦେଶକ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଇଣ୍ଡିଆ ଓ୍ବାନ୍ର ଏକ ବିମାନ ଯାଉଥିଲା । ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଏହାପରେ ପାଇଲଟ ତୁରନ୍ତ ବିମାନକୁ ଇମରଜେନ୍ସି ଲାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବିମାନର କ୍ରୁ ସଦସ୍ୟମାନେ ଜରୁରୀକାଳୀନ ସ୍ଥିତି ପାଇଁ "ମେ ଡେ" (May Day) ସଙ୍କେତ ଦେବା ପରେ ଏହି ପଦକ୍ଷେପ ନିଆଯାଇଥିଲା। ରାଉରକେଲା ରଘୁନାଥପାଲିକଂସର ଅଞ୍ଚଳରେ ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବିମାନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ କ୍ୟାପଟେନ୍ ନବୀନ ଖାଡେଙ୍ଗା, ତରୁଣ ଶ୍ରୀବାସ୍ତବ ରହିଥିବା ବେଳେ ୪ ଜଣ ଯାତ୍ରୀ ରହିଛନ୍ତି । ସେମାନେ ହେଉଛନ୍ତି ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ । ତେବେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଏହି ଘଟଣା ସମ୍ପର୍କରେ ଏୟାରକ୍ରାଫ୍ଟ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (AAIB) କୁ ସୂଚନା ଦିଆଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବ୍ୟୁରୋ ପକ୍ଷରୁ ଏକ ବିସ୍ତୃତ ତଦନ୍ତ କରାଯିବ।