ଭୁବନ,୨୦।୧:  କ୍ରିକେଟ ଖେଳକୁ ନେଇ ମହାଭାରତ। ହାରିଯିବାରୁ ପରାଜୟ ସହି ନ ପାରି ବିଜୟୀ ଖେଳର ଖେଳାଳୀଙ୍କୁ ଆକ୍ରମଣ କଲେ। ବ୍ୟାଟରେ ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ ସାଇରାମ ଗ୍ରାମ ପଡିଆରେ ।

ଫାଇନାଲ ଖେଳଥିଲା ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାସୋଳ ଏବଂ କୁହିକା ମଧ୍ୟରେ । ଶେଷ ବଲରେ ଆବଶ୍ୟକ ଥିଲା ଚାରି ରନ କିନ୍ତୁ ରାସୋଳ ଟିମ୍ କରିନପାରି ହାରିଯାଇଥିଲେ । କୁହିକା ଟିମର ଆନନ୍ଦ ଉଲ୍ଲାସକୁ ସହିନପାରୀ ରାସୋଳ ଟିମର ଖେଳାଳୀ ଆକ୍ରମଣ କରିଥିଲେ । ଆକ୍ରମଣରେ କୁହିକା ଟିମର ଖେଳାଳି ଗୁରୁତର ହୋଇଥିଲେ।  ଟିମର ପ୍ରସିତ ବାରିକ ବ୍ୟାଟ ପ୍ରହାରରେ ଆଘାତ ହୋଇଥିଲେ । ତାଙ୍କୁ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି । ଖବର ପାଇ ଭୁବନ ପୋଲିସ ତଦନ୍ତ ଚଳାଇଛି।