ଭୁବନେଶ୍ବର,୩।୧୨ : ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ। ମାର୍ଚ୍ଚ ୨୧ରେ ସରିବ ପରୀକ୍ଷା। ୨୨ ଦିନ ଧରି ଚାଲିବ ପରୀକ୍ଷା । ଡିସେମ୍ବର ୧୫ ସୁଦ୍ଧା ଆଡମିଟ କାର୍ଡ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି।
- ଫେବୃୟାରୀ ୧୮ରେ ଆରମ୍ଭ, ମାର୍ଚ୍ଚ ୨୧ରେ ସରିବ
- AI ସର୍ଭେଲିଆନ୍ସରେ ରହିବ ୨୧୦ ପରୀକ୍ଷା ହବ
- ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ
ସେହିପରି ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୨୨ରୁ ୩୧ ଇଣ୍ଟରନାଲ ପରୀକ୍ଷା ହେବ । ଯେଉଁମାନେ ପ୍ରଥମ ଇଣ୍ଟରନାଲ ପରୀକ୍ଷା ଦେଇନଥିବେ ସେମାନେ ଜାନୁୟାରୀ ୧୦ ରୁ ୧୫ ଭିତରେ ପରୀକ୍ଷା ଦେଇପାରିବେ। ଜାନୁୟାରୀ ୧୨ ରୁ ୧୫ ହେବ ପ୍ରାକ୍ଟିକାଲ ପରୀକ୍ଷା
ଚଳିତବର୍ଷ ମୋଟ ୪ ଲକ୍ଷ ୭୩୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରେ କଳାରେ ୨ଲକ୍ଷ ୫୬ହଜାର ୪୩ ଜଣ , ବାଣିଜ୍ୟରେ ୨୪ହଜାର ୫୩୩ ଜଣ, ଧନ୍ଦାମୂଳକରେ ୫୯୨୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଚଳିତବର୍ଷ ୧୩୫୦ ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଆବଶ୍ୟକତା ଅନୁସାରେ ବଢ଼ିପାରେ ପରୀକ୍ଷା କେନ୍ଦ୍ର। ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ପ୍ରଥମ ଥର ପାଇଁ AI ସର୍ଭେଲିଆନ୍ସରେ ରହିବ ୨୧୦ ପରୀକ୍ଷା ହବ । ସେହିପରି ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ । ଯାହାର ମନିଟରିଂ ରହିବ ସିଏଚଏସଇ ମୁଖ୍ୟାଳୟରେ।
ଫେବ୍ରୁଆରୀ ୧୫ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର। ୨୧୦ଟି AI ସର୍ଭେଲିଆନ୍ସ ବିଶିଷ୍ଟ ପରୀକ୍ଷା ପରିଚାଳନା ହବ କରାଯାଇଛି। କଡା ସୁରକ୍ଷା ଭିତରେ ହେବ ପରୀକ୍ଷା। ଚଳିତବର୍ଷ ଜିଲ୍ଲାସ୍ତରରେ ପରୀକ୍ଷା ପରିଚାଳନା ପାଇଁ ଅଧିକ ସ୍କ୍ୱାର୍ଡ଼ ବ୍ୟବସ୍ଥା କରାଯିବ। ପଞ୍ଚସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା ରହିବ। ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷା ୱେବକାଷ୍ଟ ବା ଲାଇଭ ଷ୍ଟ୍ରମିଙ୍ଗ କରାଯିବ। ପରୀକ୍ଷା ସରିବାର ୪୦ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ ବୋଲି ସିଏଚଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତ ଥର ୧୨୬୮ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା।