ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଯୁକ୍ତ ୨ ନାମଲେଖା ପ୍ରକ୍ରିୟାରେ ବିଳମ୍ବ, ଆବେଦନ ଅପେକ୍ଷାରେ ୫ ଲକ୍ଷ ଛାତ୍ରଛାତ୍ରୀ

Published By : Prameya | May 23, 2025 11:07 AM

ଭୁବନେଶ୍ୱର,୨୩/୦୫: ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ୨୦ ଦିନ ହେଲା ପ୍ରକାଶ ପାଇଲାଣି ।  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଶ୍ରେଣୀ ରେଜଲ୍ଟ  ୧୦ ଦିନ ହେଲା ପ୍ରକାଶ ପାଇଲାଣି ।  ହେଲେ ଯୁକ୍ତ ଦୁଇ ନାମଲେଖା ପାଇଁ ଏଯାଏ ବିଜ୍ଞପ୍ତି ପ୍ରକାଶ ପାଇ ପାରିଲାନି । ରାଜ୍ୟରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ  ହୋଇଥିବା ୫ ଲକ୍ଷ ପିଲା ଯୁକ୍ତ ୨ରେ  ନାମଲେଖାଇବା ପାଇଁ ଆବେଦନକୁ ଅପେକ୍ଷା କରିଛନ୍ତି । ଏ ବର୍ଷ ନାମଲେଖା  ପ୍ରକ୍ରିୟାରେ ପଛରେ ପଡ଼ିଛି ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗ । ପୂର୍ବ ବର୍ଷ ପରି ଏବର୍ଷ ବି ନାମଲେଖା ନଭେମ୍ବର ମାସ ଯାଏ ଚାଲିବ ବୋଲି ଶିକ୍ଷାବିତ୍‌ମାନେ  ଆଶଙ୍କା କରିଛନ୍ତି । ପାଠପଢ଼ା, କୋର୍ସ  ସରିବାରେ ମଧ୍ୟରେ ବିଳମ୍ବ ହେବ  ବୋଲି ଆଶଙ୍କା ପ୍ରକାଶ ପାଇଛି । 

ନାମଲେଖା ପ୍ରକ୍ରିୟାରେ ସବୁଠୁ ଆଗରେ ରହିଛି ଉଚ୍ଚ ଶିକ୍ଷା ବିଭାଗ ।  ସ୍ନାତକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଆରମ୍ଭ କରିସାରିଛି ଯୁକ୍ତ ତିନି, ସ୍ନାତକୋତ୍ତର, ବିଏଡ୍‌ ନାମଲେଖା ପ୍ରକ୍ରିୟା । ସ୍ନାତକୋତ୍ତର ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ସରିଛି । ବିଏଡ୍‌ ପାଇଁ ଆବେଦନ ସରିଥିବା ବେଳେ ଜୁନ୍‌ ୧ରେ ପ୍ରବେଶିକା  ପରୀକ୍ଷା ହେବ । 

ଯୁକ୍ତ ତିନି ନାମଲେଖା ଆବେଦନ ଚାଲିଛି, ଆସନ୍ତା ସପ୍ତାହରେ  ଏହା ଶେଷ ହେବ । ଉଚ୍ଚଶିକ୍ଷା ବିଭାଗର ଆଗୁଆ ନାମଲେଖାର ଉଦ୍ଦେଶ୍ୟ ହେଉଛି  ଯେ ପୂର୍ବ ବର୍ଷ ପରି ଏବର୍ଷ ନଭେମ୍ବର  ଡିସେମ୍ବର ମାସ ଯାଏ ନାମଲେଖା  ଚାଲିବନି । ଏହା ଦ୍ୱାରା ପାଠପଢ଼ାରେ  ବାଧା ଉପଜୁଛି। ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ  ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ ଗଣଶିକ୍ଷା ବିଭାଗ ନାମଲେଖା ଶୀଘ୍ର ସାରିବା  ଦିଗରେ ସେପରି କିଛି ଆଖି ଦୃଶିଆ ପଦକ୍ଷେପ ନେବା ପରି ଜଣାପଡ଼ୁନି ।  ବିଭାଗ ଏଯାବତ ନାମଲେଖା ବିଜ୍ଞପ୍ତି  ପ୍ରକାଶ କରିନି । ଯାହାକୁ ନେଇ  ଛାତ୍ରଛାତ୍ରୀମାନେ ଚିନ୍ତା ପ୍ରକଟ କରିଛନ୍ତି । 

ସୂଚନାଯୋଗ୍ୟ, ରାଜ୍ୟରେ ମାଧ୍ୟମିକ  ଶିକ୍ଷା ବୋର୍ଡ ପରୀକ୍ଷାରେ ଚଳିତବର୍ଷ ୪  ଲକ୍ଷ ୮୪ ହଜାର ୮୬୩ ଜଣ ଉତ୍ତୀର୍ଣ୍ଣ  ହୋଇଛନ୍ତି । ସେହିପରି ସିବିଏସ୍‌ଇ  ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ  ୫୫ ହଜାର ୭୩୪ଜଣ ପିଲା ଉତ୍ତୀର୍ଣ୍ଣ  ହୋଇଛନ୍ତି ।ସାମ୍‌ସ ତଥ୍ୟ ଅନୁଯାୟୀ,  ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ  ମୋଟ ୨୩୯୭ କଲେଜରେ ୫ ଲକ୍ଷ  ୬୩ ହଜାର ୬୭୭ ସିଟ୍‌ ରହିଛି। ଏଥିରୁ କଳାରେ ୩ ଲକ୍ଷ ୧୭ ହଜାର  ୭୦୮, ବିଜ୍ଞାନରେ ୧ ଲକ୍ଷ ୭୯ ହଜାର  ୯୬୫, ବାଣିଜ୍ୟରେ ୪୧ ହଜାର  ୯୧୨, ସଂସ୍କୃତରେ ୧୩ ହଜାର ୫୦୪,  ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୮୮  ସିଟ୍‌ ରହିଛି । ଶିକ୍ଷାବିତ୍‌ଙ୍କ କହିବା କଥା,  ଏପରି ଯଦି ନାମଲେଖା ପ୍ରକ୍ରିୟାରେ  ବିଳମ୍ବ ହୁଏ ତେବେ ସିଟ୍‌ ଫାଙ୍କା  ପଡ଼ିବ । ପିଲାମାନେ ହଇରାଣ ହେବେ ।  ଗତବର୍ଷ ଭଳି ଏବର୍ଷ ବି ନଭେମ୍ବର ମାସ  ଯାଏ ନାମଲେଖା ପ୍ରକ୍ରିୟା ଚାଲିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.