ଭୁବନେଶ୍ୱର,୨୪/୦୫: ଆସନ୍ତା ୩୦  ତାରିଖରୁ ଯୁକ୍ତ ଦୁଇ ଖାତା ପୁନଃଯାଞ୍ଚ ଓ  ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। କେତେକ ବିଷୟ ପାଇଁ ଅଫ୍‌ଲାଇନ୍‌ରେ  ଓ ଆଉ କେତେକ ପେପର୍‌ ପାଇଁ ଅନ୍‌ଲାଇନ୍‌ରେ  ଆବେଦନ କରିବାକୁ ପଡିବ । ଅନ୍‌ଲାଇନ୍‌ ଖାତା ଦେଖାରେ କିଛି ତ୍ରୁଟି ରହିଥିଲେ ସେ ନେଇ ମଧ୍ୟ  ଅଭିଯୋଗ କରିହେବ । ଏହି ଅଭିଯୋଗ ପାଇଁ  ଏକ ଲିଙ୍କ୍‌ ଦିଆଯିବ । ଜୁନ୍‌ ୪ରୁ ୧୮ ମଧ୍ୟରେ  ଏହି ଲିଙ୍କ୍‌ରେ ଅଭିଯୋଗ କରିହେବ ।