ଭୁବନେଶ୍ୱର ୧୭/୦୫: ଆସନ୍ତା ୨୦ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା  ଫଳ ପ୍ରକାଶ କରିବାକୁ ସିଏଚ୍‌ଏସ୍‌ଇ ଲକ୍ଷ୍ୟ ରଖିଛି । ଏହି ପ୍ରକ୍ରିୟା ଏବେ  ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । 

ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷା  ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହୋଇଥିଲା ।  ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ସାମାନ୍ୟ ବିଳମ୍ବ ହୋଇଥିବାରୁ ପରୀକ୍ଷା ଫଳ ପ୍ରକାଶରେ ମଧ୍ୟ  ବିଳମ୍ବ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ  ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚ୍‌ଏସ୍‌ଇ ଲକ୍ଷ୍ୟ ରଖିଥିଲା ।