କଟକ,୨/୫ : ଖୁବଶୀଘ୍ର ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ। ଯାହା ଆବଶ୍ୟକ ମୂଳକ ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଉଛି । ଚଳିତ ମାସ ଶେଷରେ ଫଳ ପ୍ରକାଶନ ନିମନ୍ତେ ଉଦ୍ୟମ ଚାଲିଛି । ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ମନ୍ତ୍ରୀ। ତେବେ ମାଟ୍ରିକ ପରୀକ୍ଷା ଭଳି ଯୁକ୍ତ ଦୁଇ ପରୀକ୍ଷା ଫଳ ମଧ୍ୟ ସନ୍ତୋଷ ଜନକ ହେବ ବୋଲି ଆଶା ରଖିଥିବା କହିଛନ୍ତି ମନ୍ତ୍ରୀ।