ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ପିଏମ୍‌, ସିଏମ୍ କିମ୍ବା ମନ୍ତ୍ରୀ...୩୦ ଦିନରୁ ଅଧିକ ଦିନ ଜେଲ୍‌ ଗଲେ ହରାଇବେ ପଦବୀ, ଆଜି ସଂସଦରେ ଆସିବ ବିଲ୍‌

Published By : Ankita S | August 20, 2025 8:12 AM

ନୂଆଦିଲ୍ଲୀ,୨୦/୦୮: ଆଇନ ଆଗରେ ସମସ୍ତେ ସମାନ । ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ ଯଦି ଏହି ପଦରେ ଥିବା ବ୍ୟକ୍ତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସେ ଓ ଗିରଫ ହୁଅନ୍ତି ତେବେ ନିଆଯିବ କଡ଼ା ଆକ୍ସନ । ଏହାକୁ ପ୍ରମାଣିତ କରିବାକୁ ଆଜି ସଂସଦରେ ଆସିବ ବଡ଼ ବିଲ । ଲୋକସଭାରେ ଆଜି (ବୁଧବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ୩ ଗୁତୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପିତ କରିବ । ଯାହାର ଉଦ୍ଦେଶ୍ୟ ରହିଛି, ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଥାଏ । ୩୦ ଦିନରୁ ଅଧିକ ଦିନ ଜେଲ୍‌ କିମ୍ବା ହେପାଜତକୁ ଯାଆନ୍ତି ତେବେ ସେମାନେ ତାଙ୍କ ପଦ ହରାଇପାରନ୍ତି । ଏ ନେଇ ଆଜି ସଂସଦରେ ନୂଆ ଆଇନ୍‌ ଆସିବ । ବର୍ତ୍ତମାନ ସୁଦ୍ଧା ଆଇନ୍‌ରେ ଏପରି କିଛି ବ୍ୟବସ୍ଥା ନାହିଁ କି ନେତାମନ୍ତ୍ରୀ ନ୍ୟାୟିକ ହେପାଜତକୁ ଗଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ । ନୂଆ ବ୍ୟବସ୍ଥା ଆଣିବାକୁ କେନ୍ଦ୍ର ସରକାର ୩ ବିଲ୍ ପ୍ରସ୍ତୁତ କରିଛନ୍ତି । ଗୁରୁତର ଅପରାଧିକ ମାମଲାରେ ଅଭିଯୁକ୍ତ ନେତାମନ୍ତ୍ରୀ ସେମାନଙ୍କ ପଦ ହରାଇବେ ।

ବିଲ୍‌ରେ କ’ଣ ବ୍ୟବସ୍ଥା ଅଛି ? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକସଭାର ମହାସଚିବଙ୍କୁ ଏହି ବିଲ୍ ଆଗତ କରିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବିଲ୍ ଅନୁଯାୟୀ, ଯଦି କୌଣସି ମନ୍ତ୍ରୀ କିମ୍ବା ଜଣେ ସମ୍ମାନନୀୟ ବ୍ୟକ୍ତିଙ୍କୁ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ପାଇଁ ଗୁରୁତର ଅଭିଯୋଗରେ ଗିରଫ କରାଯାଏ ଏବଂ ସେ ଲଗାତାର ୩୦ ଦିନ ପାଇଁ ହାଜତରେ ରୁହନ୍ତି, ତେବେ ତାଙ୍କୁ ପଦରୁ ହଟାଇ ଦିଆଯାଇପାରିବ। ତାଙ୍କୁ ହଟାଇବା ନେଇ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସୁପାରିଶ୍ କରାଯିବ। ଯଦି ସୁପାରିଶ୍‌ ନ ମିଳେ, ତେବେ ସେହି ମନ୍ତ୍ରୀ ସ୍ୱୟଂଚାଳିତ ଭାବରେ ପଦରୁ ହଟିଯିବେ ।

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଧ୍ୟ ଲାଗୁ ହେବ- ସବୁଠାରୁ ବଡ଼ କଥା ହେଉଛି, ଏହି ନିୟମ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଯଦି ସେ ୩୦ ଦିନରୁ ଅଧିକ ହେପାଜତରେ ରୁହନ୍ତି, ଗିରଫଦାରୀର ୩୧ତମ ଦିନରେ ଇସ୍ତଫା ନଦିଅନ୍ତି ତେବେ ତେବେ ସେ ତାଙ୍କ ପଦ ହରାଇବେ । ତଥାପି, ରାଷ୍ଟ୍ରପତି ତାଙ୍କୁ ପରେ ଯେକୌଣସି ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ଭାବରେ ନିଯୁକ୍ତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ।

ଅଧିକ ପଢନ୍ତୁ...ଟ୍ରମ୍ପଙ୍କୁ ଚେକ୍, ଭାରତ-ଚୀନ ଏକାଠି : ସାର ଓ ରେୟାର୍‌ ଆର୍ଥ ଯୋଗାଇବ ଡ୍ରାଗନ୍

ଏହି ବିଲ୍ କାହିଁକି ଅଣାଯାଉଛି ? ଏହି ବିଲ୍ ଆଣିବାର କାରଣ, ଭାରତର ନିର୍ବାଚିତ ପ୍ରତିନିଧିମାନେ ନାଗରିକଙ୍କ ଆଶା ଏବଂ ଆକାଂକ୍ଷାର ପ୍ରତିନିଧିତ୍ୱ କରନ୍ତି । ଏପରି ପରିସ୍ଥିତିରେ, ଆଶା କରାଯାଉଛି ଯେ ସେମାନେ ରାଜନୈତିକ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠି କେବଳ ଜନସ୍ୱାର୍ଥ ଏବଂ ଲୋକଙ୍କ କଲ୍ୟାଣ ପାଇଁ କାମ କରିବେ ।

ସରକାର ୩ ବିଲ୍ ଉପସ୍ଥାପନ କରିବେ- ଏହି ବିଲ୍ ଆଜି ଲୋକସଭାରେ ଉପସ୍ଥାପିତ ହେବ । ଏହା ସହିତ ସରକାର ମୋଟ୍ ୩ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି, ଯାହା ମଧ୍ୟରୁ ଗୋଟିଏ ସମ୍ବିଧାନ ସଂଶୋଧନ ବିଲ୍‌ର ୧୩୦ତମ ସଂଶୋଧନ ହେବ । ଏହା ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ସଂଶୋଧନ ବିଲ୍ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ମଧ୍ୟ ଉପସ୍ଥାପିତ ହେବ । ଏହି ବିଲ୍‌ଗୁଡ଼ିକୁ ବିଚାର ପାଇଁ ମିଳିତ ସଂସଦୀୟ କମିଟିକୁ ପଠାଯିବ ଯାହା ଦ୍ୱାରା ଏହା ଉପରେ ସମସ୍ତ ଦଳର ମତାମତ ନିଆଯାଇପାରିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.