ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଇଲେକ୍ଟ୍ରିକ୍ ଗାଡ଼ି ଉପରେ ୨୦୨୮ ଯାଏଁ ସବ୍‌ସିଡି,ଯୋଜନାକୁ କେନ୍ଦ୍ର ସରକାର ବଢ଼ାଇଲେ ୨ ବର୍ଷ

Published By : Anindita Ratha | August 10, 2025 8:26 AM

ନୂଆଦିଲ୍ଲୀ,୧୦/୦୮:ଗ୍ରାହକଙ୍କ ପାଇଁ ଖୁସି ଖବର । ଇଲେକ୍ଟ୍ରିକ୍ ଗାଡ଼ି ଉପରେ ୨୦୨୮ ଯାଏଁ ମିଳିବ ସବ୍‌ସିଡି । ଯୋଜନାକୁ ୨ ବର୍ଷ ବଢ଼ାଇଲେ କେନ୍ଦ୍ର ସରକାର ।  ଏହି ଯୋଜନା ପାଇଁ ଆବଣ୍ଟିତ ଅର୍ଥ ରାଶିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୧୦ ହଜାର ୯୦୦ କୋଟି ଟଙ୍କାର ଏହି ଯୋଜନା ୨୦୨୬ ମାର୍ଚ୍ଚରେ ଶେଷ ହୋଇଥାନ୍ତା । ବର୍ତ୍ତମାନ ଏହାକୁ ଆହୁରି ୨ ବର୍ଷକୁ  ବୃଦ୍ଧି କରାଯାଇଛି ।

ଇଲେକ୍ଟ୍ରିକ୍ ଗାଡ଼ି କ୍ରୟକୁ ସୁଲଭ କରାଇବା ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ପିଏମ୍ ଇ-ଡ୍ରାଇଭ୍ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିକ୍ ଡ୍ରାଇଭ୍ ରିଭୋଲ୍ୟୁସନ ଇନ୍ ଇନୋଭେଟିଭ୍ ଭେଇକଲ୍ ଏନହାନ୍ସମେଣ୍ଟ ଯୋଜନାକୁ ୨୦୨୮ ମାର୍ଚ୍ଚ ୩୧ ଯାଏ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।  ଏହି ଯୋଜନା ପାଇଁ ଆବଣ୍ଟିତ ଅର୍ଥ ରାଶିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ତେବେ କେନ୍ଦ୍ର ସରକାର ୨୦୨୪ ଅକ୍ଟୋବର ୧ରେ PM E-Drive ଯୋଜନା ଆରମ୍ଭ କରିଥିଲେ । 

୧୦,୯୦୦ କୋଟି ଟଙ୍କାର ଏହି ଯୋଜନା ୨୦୨୬ ମାର୍ଚ୍ଚରେ ଶେଷ ହୋଇଥାନ୍ତା । କିନ୍ତୁ ଏବେ ଏହି ଯୋଜନାକୁ ୨୦୨୮ ଯାଏ ବଢାଯାଇଛି, ଯାହା ଲାଭ ଇଲେକ୍ଟ୍ରକ୍ ଗାଡ଼ି କ୍ରେତାଙ୍କୁ ମିଳିବ ।  ପିଏମ୍ ଇ-ଡ୍ରାଇଭ୍ ଯୋଜନା କେବଳ ଗାଡ଼ି କିଣିବା ସମୟରେ ସବସିଡି ପ୍ରଦାନ କରେ ନାହିଁ, ବରଂ ପବ୍ଲିକ୍ ଚାର୍ଜିଂ ଭିତ୍ତିଭୂମି, ଟେଷ୍ଟିଂ ଫେସିଲିଟି ଓ ଇଲେକ୍ଟ୍ରିକ୍ ଭେଇକଲ୍ ଟେକ୍ନୋଲୋଜିର ସ୍ଥାନୀୟକରଣକୁ ବି ପ୍ରୋତ୍ସାହିତ କରୁଛି ।ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ, ଇଲେକ୍ଟ୍ରିକ୍ ମୋବିଲିଟି ପ୍ରମୋସନ ସ୍କିମ୍ ୨୦୨୪କୁ ବି ପିଏମ୍-ଡ୍ରାଇଭ୍ ଯୋଜନାରେ ସାମିଲ କରାଯାଇଛି । ଏହି ଯୋଜନାର ଉଦ୍ଦେଶ୍ୟ ୪୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୯ଟି ପ୍ରମୁଖ ସହରରେ ପ୍ରାୟ ୨୪.୮ ଲକ୍ଷ ଇକ୍ଟ୍ରେଲିକ୍ ଦୁଇ ଚକିଆ ଯାନ, ୩.୨ ଲକ୍ଷ ଇଲେକ୍ଟ୍ରିଲ୍ ତିନି ଚକିଆ ଗାଡ଼ି ଓ ୧୪,୦୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସକୁ ସବ୍‌ସିଡି ପ୍ରଦାନ କରିବା । ତେବେ ଏହି ଯୋଜନା ଅଧିନରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ିକୁ ଦିଆଯାଉଥିବା ସବସିଡି ୨୦୨୬ ମାର୍ଚ୍ଚ ୩୧ରେ ଶେଷ ହୋଇଯିବ । କିନ୍ତୁ ଇଲେକ୍ଟ୍ରିକ୍ ବସ୍, ଟ୍ରକ୍ ଓ ଆମ୍ୱୁଲାନ୍ସ ପାଇଁ ସବ୍‌ସିଡି ୨୦୨୮ ମାର୍ଚ୍ଚ ଯାଏ ଜାରି ରହିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.