ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

'AI'କୁ ନେଇ ବିଶ୍ବରେ ପ୍ରଶଂସା ସାଉଁଟିଛି ଭାରତ', ମନ୍ କି ବାତରେ କହିଲେ ପିଏମ ମୋଦି

Published By : Ankita S | February 23, 2025 12:12 PM

ନୂଆଦିଲ୍ଲୀ,୨୩/୦୨: ୧୧୯ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡା, ମହାକାଶରେ ଭାରତର ସଫଳତାଠୁ ନେଇ ଏଆଇ ଯାଏ ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ କହିଛନ୍ତି । ଏଆଇ ସେକ୍ଟରରେ ବିଶ୍ବରେ ପ୍ରଶଂସିତ ହେଉଛି ଭାରତ । ନୂଆ ଟେକ୍ନୋଲୋଜି ଉପଯୋଗ କରିବାରେ ଭାରତ ପଛରେ ନାହିଁ  ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

AIରେ ଭାରତକୁ ସଫଳତା ମିଳିଛି- ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମ୍ବୋଧିନ କରି ପିଏମ ମୋଦି ଏଆଇକୁ ନେଇ କହିଛନ୍ତି, ଭାରତକୁ ବିଜ୍ଞାନ ଓ ମହାକାଶ ଛଡା ଏଆଇରେ ସଫଳତା ମିଳିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଦ୍ରୁତ ଗତିରେ ଭାରତ ତାର ପରିଚୟ ସୃଷ୍ଟି କରିଛି । ନିକଟରେ ମୁଁ ଏଆଇର ଏକ ବଡ ସମ୍ମିଳନୀରେ ସାମିଲ ହେବାକୁ ପ୍ୟାରିସ ଯାଇଥିଲି । ସେଠାରେ ଦୁନିଆ ଏହି ସେକ୍ଟରରେ ଭାରତର ପ୍ରଗତିକୁ ଖୁବ ପ୍ରଶଂସା କରିଥିଲେ । ଆମ ଦେଶର ଲୋକ ଆଜି ଏଆଇର ଉପଯୋଗ କିପରି କରୁଛନ୍ତି ତାର ଉଦାହରଣ ଦେଖିବାକୁ ମିଳିଛି । ତେଲେଙ୍ଗାନା ଆଦିଲାବାଦର ଜଣେ ସରକାରୀ ଶିକ୍ଷକଙ୍କ କଥା କହିଛନ୍ତି ଯିଏ ଏଆଇ ଜରିଆରେ ବିଭିନ୍ନ ଭାଷାରେ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି । ସ୍ପେସ ସେକ୍ଟର ହେଉ କି ଏଆଇ ଆମର ଯୁବଗୋଷ୍ଠୀଙ୍କ ଭାଗୀଦାରି ଏକ ନୂଆ କ୍ରାନ୍ତିକୁ ଜନ୍ମ ଦେଉଛି । ନୂଆ ଟେକ୍ନୋଲୋଜି ଉପଯୋଗ କରିବାରେ ଭାରତ ପଛରେ ନାହିଁ ।

ମହାକାଶର ସଫଳତା ବଖାଣିଲେ- କ୍ରିକେଟରେ ସେଞ୍ଚୁରୀ ରୋମାଞ୍ଚ କିପରି ଥାଏ ତାହା ସମସ୍ତଙ୍କୁ ଜଣା । ଠିକ ସେହିପରି ମହାକାଶରେ ଭାରତ ମାରିଥିବା ସେଞ୍ଚୁରୀ କଥା କିହିବି । ପୂର୍ବ ମାସରେ ଇସ୍ରୋ ତାର ୧୦୦ତମ ରକେଟ୍ ଲଞ୍ଚ କରିଛି । ଏହା କେବଳ ନମ୍ବର ନୁହେଁ ଏହା ସ୍ପେସସାଇନ୍ସ ନୂଆ ଶିଖର ଛୁଇଁବା ଦିଗରେ ଆମ ସଂକଳ୍ପର ପ୍ରମାଣ । ସବୁ ଚ୍ୟାଲେଞ୍ଜର ସାମ୍ନା କରି ମହାକାଶରେ ସଫଳତା ହାସଲ କରିଥିଲେ ଆମ ବୈଜ୍ଞାନିକ । ଚନ୍ଦ୍ରଯାନ, ଆଦିତ୍ୟ, ମଙ୍ଗଳଯାନ ସବୁଥିରେ ଇସ୍ରୋ ସଫଳତା ହାସଲ କରିଛି । ଗତ ୧୦ ବର୍ଷରେ ୪୬୦ ସାଟେଲାଇଟ ଲଞ୍ଚ ହୋଇଛି । ଏଥିରେ ନାରୀଶକ୍ତିଙ୍କ ଭାଗୀଦାରି ରହିଛି । ଯୁବଗୋଷ୍ଠୀଙ୍କ ପାଇଁ ସ୍ପେସସେକ୍ଟର ସୁଯୋଗ ଆଣିବ ।

ନାରୀଶକ୍ତିକୁ ଗୁରୁତ୍ବ- ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ । ଏହି ଦିନ ଆମର ନାରୀଶକ୍ତିକୁ ସମ୍ମାନ ଦେବାର ସମୟ । ମହିଳା ଦିବସରେ ନାରୀଶକ୍ତିକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ । ସବୁ ବିଦ୍ୟା ଦେବୀଙ୍କର ବିଭିନ୍ନ ସ୍ବରୁପ । ଆମ ସଂସ୍କୃତରେ ଝିଅଙ୍କୁ ସମ୍ମାନ ସର୍ବୋପରି । ଦେଶର ମାତୃଶକ୍ତି ଆମ ସ୍ବାଧୀନତା ସଂଗ୍ରାମ ଓ ସମ୍ବିଧାନ ନିର୍ମାଣରେ ସାମିଲ ହୋଇଛନ୍ତି । ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ଶକ୍ତିଶାଳୀ କରିଛି ।  ଚଳିତବର୍ଷ ମହିଳା ଦିବସ ପାଇଁ ମୁଁ ମୋର ସୋସିଆଲ ମିଡିଆ ଆକାଉଣ୍ଟ ଯେପରି ଏକ୍ସ, ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଗୋଟିଏ ଦିନ ପାଇଁ ନାରୀଶକ୍ତିଙ୍କୁ ସମର୍ପିତ କରିବାକୁ ଯାଉଛି । ଯେଉଁଥିରେ ବିଭିନ୍ନ କ୍ଷେତ୍ରରେ ହାତେଇଥିବା ସଫଳତାକୁ ଆକାଉଣ୍ଟରେ ଜଣାଇବେ ।

କ୍ରୀଡାକୁ ନେଇ ମନ୍ କି ବାତରେ ପିଏମ ମୋଦି କହିଛନ୍ତି, ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ଚାଲିଛି । ସବୁଠି କ୍ରିକେଟ ମାହୋଲ । ହେଲେ ମୁଁ ଆପଣଙ୍କୁ କ୍ରିକେଟ କଥା କହିବି ନାହିଁ । ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡା ଯେଉଁଥିରେ ୧୧ ହଜାର କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି । ଏହି  ଆୟୋଜନ ଦେବଭୂମିର ନୂଆ ସ୍ବରୁପ ପ୍ରକାଶ କରିଛି । ଉତ୍ତରାଖଣ୍ଡ ଖେଳାଳି ସାନଦାର ପ୍ରଦର୍ଶନ କରିଛନ୍ତି । ଏହା ଆଗାମୀ ପିଢି ପ୍ରେରଣା ପାଇବ । ଏଥିରେ ଅଂଶଗ୍ରହଣ କରିଥିବା ସବୁ ଖେଳାଳିଙ୍କୁ ମୋର ଶୁଭେଚ୍ଛା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.