ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମୋଦୀ କ୍ୟାବିନେଟର ବଡ଼ ନିଷ୍ପତ୍ତି ; ପିଏମ୍ ବିଦ୍ୟାଲକ୍ଷ୍ମୀକୁ ମଞ୍ଜୁରି, ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ଲକ୍ଷ ଟଙ୍କା ଯାଏଁ ଲୋନ୍

Published By : Gurupada Nath | November 6, 2024 7:31 PM

ନୂଆଦିଲ୍ଲୀ, ୬/୧୧ :  ମୋଦୀ କ୍ୟାବିନେଟର ବଡ଼ ନିଷ୍ପତ୍ତି । କେନ୍ଦ୍ର ସରକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ରୀୟ କ୍ୟାବିନେଟ୍ ପିଏମ୍-ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ବର୍ଷକୁ ଦେଶରେ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାର ଲାଭ ମିଳିବ । ଉଚ୍ଚ ଶିକ୍ଷା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ଏବେ ବାଧକ ହେବ ନାହିଁ । ଯେଉଁ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଅଧାରରେ ପାଠ ଛାଡ଼ିବା ପାଇଁ ବାଧ୍ୟ ହେଉଥିଲେ, ସେମାନଙ୍କୁ ଭଲ କଲେଜରେ ଆଡମିଶନ ପାଇଁ ଗ୍ୟାରେଣ୍ଟି ମିଳିବ । ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଜରିଆରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ଲୋନ ସହଜରେ ଉପଲବ୍ଧ କରାଯିବ । 

ସରକାରଙ୍କ ଘୋଷଣା ଅନୁସାରେ ଦେଶର ଶୀର୍ଷ ୮୬୦ ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଉଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଲୋନ ମିଳିବ । ଏହି ଯୋଜନାରେ ବାର୍ଷିକ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭବାନ ହେବେ । ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାର ଉଦ୍ଦେଶ୍ୟ ଗତ ଦଶନ୍ଧିର ପ୍ରୟାସକୁ ଆହୁରି ବିସ୍ତାର କରି ଯୁବ ପିଢିଙ୍କ ନିକଟରେ ଗୁଣାତ୍ମକ ଉଚ୍ଚ ଶିକ୍ଷା ପହଞ୍ଚାଇବା । ଏହି ଯୋଜନାରେ ବିନା କୌଣସି ଗ୍ୟାରେଣ୍ଟିରେ ଶିକ୍ଷା ଲୋନ ମିଳିବ । ଭାରତ ସରକାର ୭.୫ ଲକ୍ଷ ଟଙ୍କା ଯାଏ ଲୋନ୍ ଆମାଉଣ୍ଟ ପାଇଁ ୭୫ ପ୍ରତିଶତ କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରିବେ । ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ଯାଏ ଲୋନ ଉପରେ ୩ ପ୍ରତିଶତ ସୁଧ ଲାଗିବ । ତେବେ ବାର୍ଷିକ ୮ ଲକ୍ଷ ଟଙ୍କା ଆୟ ଥିବା ପରିବାରର ଛାତ୍ରଛାତ୍ରୀ ଏଥିପାଇଁ ଯୋଗ୍ୟ ହେବ । ଏହା ବାର୍ଷିକ ୪.୫ ଲକ୍ଷ ଟଙ୍କା ଆୟ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ଉପଲବ୍ଧ ବର୍ତ୍ତମାନର ସୁଧ ରିହାତିରୁ ଅତିରିକ୍ତ ରହିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.