ନୂଆଦିଲ୍ଲୀ,୩୦।୮: ଚୀନ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଏସିଓ ସମ୍ମିଳନୀ। ଏଥିରେ ଯୋଗଦେବାକୁ ଆଜି ଦୁଇ ଦିନିଆ ଜାପାନ ଗସ୍ତକୁ ସଫଳତାର ସହ ଶେଷ କରି ଚୀନ୍ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ମଧ୍ୟ ଭେଟିବେ। ଏସ୍‌ସିଓରେ ବିଶ୍ବର ୩ ଶକ୍ତିଶାଳୀ ନେତା ଏକାଠି ହେବାକୁ ଯାଉଛନ୍ତି। ସେପଟେ ପୁଟିନ୍, ମୋଦି ଓ  ଜିନପିଙ୍ଗଙ୍କ ସାକ୍ଷାତକୁ ନେଇ ଚିନ୍ତାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ଟକ୍କର ଦେବାକୁ ପ୍ଳାନ। ଆସନ୍ତା ସୋମବାର ଚୀନରେ ଅନୁଷ୍ଠିତ ହେବାକୁ ଯାଉଛି ଏସସିଓ ସମ୍ମିଳନୀ। ଏଥିରେ ଯୋଗ ଦେବାକୁ ଶନିବାର ଚୀନ୍ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୭ ବର୍ଷ ପରେ ଏହା ମୋଦିଙ୍କ ଚୀନ୍ ଗସ୍ତ। ଆମେରିକାର ଟାରିଫ ଯୁଦ୍ଧକୁ ମୁକାବିଲା ପାଇଁ ଏକାଠି ହୋଇଛନ୍ତି ପାରମ୍ପରିକ ବନ୍ଧୁ ରାଷ୍ଟ୍ର। ଏସିଓ ସମ୍ମିଳନୀରେ ରୁଷ, ଭାରତ ଏବଂ ଚୀନ୍ ରଣନୀତି ପ୍ରସ୍ତୁତ କରିବାର ସମ୍ଭାବନା ରହିଛି। ସେପଟେ ପୁଟିନ, ମୋଦି ଓ  ଜିନପିଙ୍ଗଙ୍କ ସାକ୍ଷାତକୁ ନେଇ ଚିନ୍ତାରେ ଟ୍ରମ୍ପ। ମୋଦିଙ୍କ ଚୀନ୍ ଗସ୍ତକୁ ନେଇ ଚୀନ୍ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନେକ ୟୁଜର ଆମେରିକାର ବାଣିଜ୍ୟ ଚାପକୁ ମୁକାବିଲା କରିଥିବା ନେଇ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଆଉ କିଛି ଭାରତ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ମୋଦି  ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଚୀନରେ ରହିବେ। ମୋଦିଙ୍କ ଚୀନ୍ ଗସ୍ତ ଆଗକୁ ଦୁଇ ଦେଶର ସମ୍ପର୍କକୁ ସୁଧାରିବା ନେଇ ଆଶା କରାଯାଉଛି।

ତେବେ ଏହା ପୂବର୍ରୁ  ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଭାରତ ଗସ୍ତ ନେଇ ତାରିଖ ସ୍ପଷ୍ଟ ହୋଇଛି। ପ୍ରାୟ ୪ ବର୍ଷ ପରେ ଡିସେମ୍ବରରେ ଭାରତ ଯାତ୍ରାରେ ଆସିବେ ପୁଟିନ। କ୍ରେମାଲିନ୍‌ର ବୈଦେଶିକ ନୀତିର ପରାମର୍ଶଦାତା ୟୁରି ଉଶାକୋଭ ପୁଟିନଙ୍କ ଭାରତ ଗସ୍ତ ନେଇ ସୂଚନା ଦେଇଛନ୍ତି। ପୁଟିନ୍ ଏହା ପୂର୍ବରୁ  ଶେଷଥର ୬ ଡିସେମ୍ବର ୨୦୨୧ରେ ଭାରତ ଗସ୍ତରେ ଆସିଥିଲେ। ଉଶାକୋଭ କହିଛନ୍ତି, ପୁଟିନ ଆସନ୍ତା ସୋମବାର ଚୀନ୍‌ର ତିୟାନଜିନ ସହରରେ ଶଙ୍ଘାଇ ସହଯୋଗ ସଂଗଠନ ବା ଏସସିଓ ସମ୍ମିଳନୀରେ  ଯୋଗ ଦେବେ। ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ ପୁଟିନ। ଏଥିରେ ଦୁଇ ନେତା ଡିସେମ୍ବର ଗସ୍ତ ନେଇ ପ୍ରସ୍ତୁତିର ଆଲୋଚନା କରିବେ।