ନୂଆଦିଲ୍ଲୀ,୨୩/୧୨: ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା  ରୋଜଗାର ମେଳାରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଭାସୀରେ ନିଯୁକ୍ତି ପତ୍ର ବାଣ୍ଟିବା ସହ ନବ ନିଯୁକ୍ତଙ୍କୁ ସମ୍ବୋଧିନ କରିଛନ୍ତି । ଦେଶ ବିକାଶ ଯୁବଗୋଷ୍ଠୀଙ୍କ ମାଧ୍ୟମରେ ହୋଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ନିଯୁକ୍ତି ପତ୍ର ବାଣ୍ଟିବା ସହିତ ନବନିଯୁକ୍ତଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜୀବନର ଏକ ନୂଆ ଆରମ୍ଭ କରିବାକୁ ଯାଉଛ । ବର୍ଷ ବର୍ଷର ପରିଶ୍ରମ ସଫଳ ହୋଇଛି । ସ୍ବପ୍ନ ସାକାର ହୋଇଛି । ୨୦୨୪ ତୁମକୁ ଓ ତୁମ ପରିବାକୁ ଖୁସି ଦେଇଛି । ସମସ୍ତଙ୍କୁ ଅଭିନନ୍ଦନ । ଭାରତୀୟ ୟୁଥଙ୍କ ସାମର୍ଥ୍ୟ ଓ ପ୍ରତିଭାର ଉପଯୋଗ ଆମ ସରକାରର ପ୍ରଥମ ପ୍ରାଥମିକତା । ରୋଜଗାର ମେଳା ଜରିଆରେ ଏହି ଦିଗରେ କାର୍ଯ୍ୟ ହେଉଛି । ୧୦ ବର୍ଷ ହେବ ଏହି ଅଭିଯାନ ଚାଲିଛି । ଆଜି ୭୧ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଗତ ୨ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଯୁବଗୋଷ୍ଠୀ ସରକାରୀ ଚାକିରି ପାଇଛନ୍ତି ଯାହା ଏକ ରେକର୍ଡ । ପୂର୍ବ ସରକାରଙ୍କ ସମୟରେ ମିଶନ ମୋଡରେ ଏପରି କାମ ହୋଇନାହିଁ । ଏହି ନିଯୁକ୍ତି ସମ୍ପୂର୍ଣ୍ଣ ସଚ୍ଚୋଟ ଓ ପାରଦର୍ଶିତାର ସହ ପ୍ରଦାନ କରାଯାଇଛି । ସମସ୍ତେ ନିଷ୍ଠାର ସହ ରାଷ୍ଟ୍ରର ସେବାରେ ଯୋଡି ହେଉଛନ୍ତି ।  ଦେଶ ବିକାଶ ଯୁବଗୋଷ୍ଠୀଙ୍କ ପରିଶ୍ରମ, ସମାର୍ଥ୍ୟ ଓ ନେତୃତ୍ବରେ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତରେ ପ୍ରତି ନୀତି ଓ ନିର୍ଣ୍ଣୟ କେନ୍ଦ୍ରରେ ଭାରତର ପ୍ରତିଭାଶାଳୀ ୟୁଥ ରହିଛନ୍ତି । ଦେଶର ଅନେକ ଯୋଜନାକୁ ଦେଖନ୍ତୁ ଯେପରି ଷ୍ଟାର୍ଟଅପ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଅଭିଯାନ ସବୁକୁ ଯୁବଗୋଷ୍ଠୀଙ୍କୁ ଆଖିରେ ରଖି ତିଆରି ହୋଇଛି । ଭାରତ ତାର ସ୍ପେସ ସେକ୍ଟରରେ ନୀତି ବଦଳେଇଛି । ପ୍ରତିରକ୍ଷାରେ ମାନ୍ୟୁଫାକ୍ଚର ବଢାଇଛି ଯାହାର ଲାଭ ଭାରତର ୟୁଥଙ୍କୁ ମିଳିଛି । ଆଜି ଭାରତର ଯୁବଗୋଷ୍ଠୀ ନୂଆ ଆତ୍ମବିଶ୍ବାସରରେ ରହିଛି । ପ୍ରତି ସେକ୍ଟରରେ ସଫଳତା ହାସଲ କରିଛନ୍ତି । ଦୁନିଆର ୫ମ ଅର୍ଥନୀତି ଦେଶ ହୋଇଛି । ତୃତୀୟ ଷ୍ଟାର୍ଟଅପ ଇକୋ ସିଷ୍ଟମ ହୋଇଛି । ସବୁ ସେକ୍ଟରେ ଟ୍ରାନ୍ସପରମେସନ ହୋଇଛି । ପର୍ଯ୍ୟଟନ, ଜୈବିକ କୃଷି, ସ୍ପେସ, ପ୍ରତିରକ୍ଷା ସବୁ ସେକ୍ଟରରେ ଦେଶ ନୂଆ ଶିଖର ଛୁଇଁଛି । ଏଗ୍ରିକଲଚର ସେକ୍ଟର ୟୁଥଙ୍କୁ ବଡ ସଂଖ୍ୟାର ରୋଜଗାର ମିଳିଛି । ମନର କାମ କରିବାକୁ ସୁଯୋଗ ମିଳିଛି । ଗୋବରଧନ ଯୋଜନା ଜରିଆରେ ବିଜୁଳି ଉତ୍ପନ ସହ ହଜାର ହାଜର ୟୁଥଙ୍କୁ ରୋଜଗାର ମିଳିଛି । ଆଜି ହଜାରରୁ ଅଧିକ ମହିଳାଙ୍କୁ ନିଯୁକ୍ତି ପତ୍ର ମିଳିଛି । ସେମାନଙ୍କ ସଫଳତା ଅନ୍ୟଙ୍କୁ ପ୍ରେରଣା ଦେବ । ସବୁ କ୍ଷେତ୍ରରେ ମହିଳା ଆତ୍ମନିର୍ଭର ହୁଅନ୍ତୁ ଆମର ଲକ୍ଷ୍ୟ । ଗର୍ଭବତୀଙ୍କୁ ୨୬ ସପ୍ତାହ ଛୁଟି ନିଷ୍ପତି ଲକ୍ଷ ଲକ୍ଷ ମହିଳାଙ୍କ କ୍ୟାରିୟର ସମ୍ଭାଳିଛି । ସେମାନଙ୍କ ସ୍ବପ୍ନ ସାକାର କରିଛନ୍ତି । ଆମ ସରକାର ସମସ୍ତ ବାଧାକୁ ଦୂର କରିଛି ଯାହା ମହିଳାଙ୍କୁ ଆଗକୁ ବଢିବାକୁ ଅଟକାଉଥିଲା ।

ଆଜି (ସୋମବାର) ଦେଶର ୪୫ଟି ସ୍ଥାନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ରୋଜଗାର ମେଳା ହେଉଛି କେନ୍ଦ୍ର ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ ।  ଏହି ମେଳା ଯୁବ ସମାଜକୁ ରାଷ୍ଟ୍ର ନିର୍ମାଣ ସହ ନିଜକୁ ଶସକ୍ତ କରିବାରେ ବିଶେଷ ଭାବେ ସହାୟକ ହେବ । ୨୦୨୨ ଅକ୍ଟୋବର ୨୨ରେ ସାରା ଦେଶରେ ରୋଜଗାର ମେଳା ଆରମ୍ଭ ହୋଇଥିଲା । ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଲାଗି ଏହି ମେଳା  ଅନୁଷ୍ଠିତ ହେଉଛି । ନବ ନିଯୁକ୍ତମାନେ କେନ୍ଦ୍ର ସରକାରଙ୍କ ସୌରାଷ୍ଟ୍ର ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥ ସହ ଅନ୍ୟ ପ୍ରମୁଖ ବିଭାଗରେ କାର୍ଯ୍ୟ କରିବେ ।