ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ

Published By : Ankita S | May 25, 2025 11:52 AM

ନୂଆଦିଲ୍ଲୀ,୨୫/୦୫: ୧୧୨ ତମ୍ 'ମନ୍ କି ବାତ' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦ ଶେଷ ଭାରତର ସଂକଳ୍ପ । ଆଜି ଲୋକଙ୍କ ମନରେ ଆକ୍ରୋଶ ରହିଛି । ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇଛି । ଅପରେସନ୍ ସିନ୍ଦୂରରେ ସେନାର ପରାକ୍ରମ ନେଇ ଦେଶ ଆଜି ଗର୍ବିତ । ଭାରତୀୟ ସେନା ଆତଙ୍କବାଦୀଙ୍କ ଠିକଣା ଧ୍ୱଂସ କରିଛନ୍ତି  । ଅପରେସନ୍ ସିନ୍ଦୂର ବଦଳୁଥିବା ଭାରତର ଚିତ୍ର । ଏହା ସାହସ ଓ ସଂକଳ୍ପର ପ୍ରତୀକ । ଅପରେସନ୍ ସିନ୍ଦୂରର ଭାରତର ଝଲକ । ମନ୍‌ କି ବାତ୍‌ରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।

ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ସମଗ୍ର ଦେଶବାସୀ ଆକ୍ରୋଶ ଆତଙ୍କବାଦ ବିରୋଧରେ ରହିଛନ୍ତି । ଆତଙ୍କବାଦ ବିରୋଧରେ ଦେଶବାସୀ ସଂକଳ୍ପବଦ୍ଧ । ଅପରେସନ୍ ସିନ୍ଦୂରରେ ଆମ ସେନା ଯେଉଁ ପରାକ୍ରମ ଦେଖାଇଛନ୍ତି ତାକୁ ନେଇ ସମଗ୍ର ଦେଶବାସୀଙ୍କ ମସ୍ତକ ଉଚ୍ଚା ହୋଇଛି। ଯେଉଁ ସଠିକତା ସହିତ ଆମ ସେନା ସୀମାପାର ଆତଙ୍କୀଙ୍କ ଠିକଣାକୁ ଧ୍ୱଂସ କରିଛନ୍ତି ତାହା ଅଦ୍ଭୂତପୂର୍ବ । ବଦଳୁଥିବା ଭାରତର ଚିତ୍ର ଅପରେସନ୍ ସିନ୍ଦୂର । ଦୁନିଆରେ ଆତଙ୍କୀଙ୍କ ବିରୋଧରେ ଲଢେଇକୁ ନୂଆ ବିଶ୍ୱାସ ଓ ଉତ୍ସାହ ଦେଇଛି । ଏହା କେବଳ ସୈନ୍ୟ ମିଶନ୍ ନୁହେଁ ଏହା ସାହସ ଓ ସଂକଳ୍ପର ପ୍ରତୀକ ଯାହା ଦେଶଭକ୍ତିରେ ଭିଜାଇଛି ।''

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍‌ କାର୍ଯ୍ୟକ୍ରମରେ ବିଶ୍ୱ ମହୁମାଛି ଦିବସ, ଯୋଗ ଦିବସ ବାବଦରେ ମଧ୍ୟ ଆଲୋଚନା କରିଛନ୍ତି । ବିଶ୍ୱ ମହୁମାଛି ଦିବସ ଏକ ଦିନ ଯାହା ଆମକୁ ମନେ ପକା

ଏ ମହୁ କେବଳ ମିଠା ନୁହେଁ ଏହା ସ୍ୱାସ୍ଥ୍ୟ, ଆତ୍ମନିର୍ଭର ଓ ଆତ୍ମବିଶ୍ୱାସର ଉଦାହରଣ । ଗୋଟିଏ ବର୍ଷରେ ୭୦-୭୫ ହଜାର ମେଟ୍ରିକ୍ ଟନ୍ ମହୁ ଉତ୍ପାଦ ହେଉଛି । ଏହା ୧.୨୫ ଲକ୍ଷ ମେଟ୍ରିକ ଟ୍ରନ୍‌ ବଢିଛି ।


ଅଧିକ ପଢନ୍ତୁ...ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା

କହି ରଖୁଛି କି, ପହଲଗାମ ପ୍ରତିଶୋଧ ନେଇ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ମେ ୭ରେ ପାକିସ୍ତାନ ଓ ପିଓକେରେ  ୯ ଆତଙ୍କୀ ଆଡ୍ଡାକୁ ଛାରଖାର କରିଥିଲେ ଭାରତୀୟ ସେନା । ଏଥିରେ ୧୦୦ ଆଥଙ୍କୀ ନିପାତ ହୋଇଥିଲେ । ଏପ୍ରିଲ ୨୨ରେ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ନୀରିହ ଜୀବନର ପ୍ରତିଶୋଧ ନେଇଥିଲେ ଭାରତୀୟ ସେନା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.