ନୂଆଦିଲ୍ଲୀ,୨୧/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାରଦୀୟ ନବରାତ୍ରୀର ପୂର୍ବ ସନ୍ଧ୍ୟାରେ ପରବର୍ତ୍ତୀ ପିଢ଼ିର ଜିଏସ୍‌ଟି ସଂସ୍କାର ପ୍ରସଙ୍ଗରେ ଦେଶବାସୀକୁ ସମ୍ବୋଧିତ କରିଥିଲେ। ଜିଏସ୍‌ଟି ସଂସ୍କାରଗୁଡ଼ିକ ସେପ୍ଟେମ୍ବର ୨୨ ତାରିଖରୁ କାର୍ଯ୍ୟକାରୀ ହେବ। ଦେଶର ନାଗରିକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଆସନ୍ତାକାଲି ନବରାତ୍ରୀ ଆରମ୍ଭ ହେଉଛି। ଏହି ଅବସରରେ ଦେଶବାସୀଙ୍କୁ ଶୁଭକାମନା। ନବରାତ୍ରୀର ପ୍ରଥମ ଦିନରେ, ଦେଶ ଏକ ଆତ୍ମନିର୍ଭରଶୀଳ ଭାରତ ଆଡ଼କୁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଆସନ୍ତାକାଲିର ସୂର୍ଯ୍ୟୋଦୟ ସହିତ, ଦେଶରେ ପରବର୍ତ୍ତୀ ପିଢ଼ିର ଜିଏସ୍‌ଟି ସଂସ୍କାର କାର୍ଯ୍ୟକାରୀ ହେବ। ଆସନ୍ତାକାଲି ଠାରୁ ଜିଏସ୍‌ଟି ସଞ୍ଚୟ ଉତ୍ସବ ଆରମ୍ଭ ହେଉଛି।"
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏହି ଜିଏସ୍‌ଟି ସଂସ୍କାରଗୁଡ଼ିକ ଆମ ଦେଶର ଗରିବ, ମଧ୍ୟବିତ୍ତ, ଯୁବକ, ଚାଷୀ, ମହିଳା, ବ୍ୟବସାୟୀ ଏବଂ ଉଦ୍ୟୋଗୀମାନଙ୍କୁ ଲାଭ ଦେବ। ଏହି ପାର୍ବଣରେ ସମସ୍ତଙ୍କ ମୁହଁମିଠା ହେବ। ପ୍ରତ୍ୟେକ ପରିବାରରେ ଖୁସି ବୃଦ୍ଧି ପାଇବ। ମୁଁ ଜିଏସ୍‌ଟି ସଂସ୍କାର ପାଇଁ ଦେଶକୁ ଅଭିନନ୍ଦନ ଜଣାଉଛି। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ବରାନ୍ବିତ କରିବ। ବ୍ୟବସାୟଗୁଡ଼ିକୁ ମଧ୍ୟ ଏକ ବୁଷ୍ଟର ଡୋଜ୍ ମିଳିବ। ଏହି ନୂତନ ପିଢ଼ିର ଜିଏସ୍‌ଟି ସଂସ୍କାରଗୁଡ଼ିକ ପ୍ରତ୍ୟେକ ରାଜ୍ୟକୁ ବିକାଶ ଦୌଡ଼ରେ ଏକ ଅଂଶୀଦାର କରିବ।" ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସଂସ୍କାରଗୁଡ଼ିକ କେବଳ ପରିବାର ଉପରେ ବୋଝ କମ କରିବ ନାହିଁ ବରଂ ଉଦ୍ୟୋଗୀମାନଙ୍କୁ ଆକର୍ଷିତ କରି ଏକ ଆଦର୍ଶ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଭାରତର ସ୍ଥିତିକୁ ମଧ୍ୟ ମଜବୁତ କରିବ।"
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ "ଏହି ସଂସ୍କାରଗୁଡ଼ିକ କେବଳ ପରିବାର ଉପରେ ବୋଝ କମ କରିବ ନାହିଁ ବରଂ ଏକ ଆଦର୍ଶ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଭାରତର ସ୍ଥିତିକୁ ମଧ୍ୟ ମଜବୁତ କରିବ, ଯାହା ଉଦ୍ୟୋଗୀଙ୍କୁ ଆକର୍ଷିତ କରିବ। ସେ କହିଛନ୍ତି ଯେ ଏହି ସଂସ୍କାରର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସାମଗ୍ରୀ ଏବଂ ସେବା କର (ଜିଏସ୍‌ଟି) ଗଠନକୁ ସରଳ କରିବା। ଏହି ମାସର ଆରମ୍ଭରେ, ଜିଏସ୍‌ଟି ପରିଷଦ ଦୁଇଟି ଜିଏସ୍‌ଟି ସ୍ଲାବ୍ - ୫ ପ୍ରତିଶତ ଏବଂ ୧୮ ପ୍ରତିଶତକୁ ଚୂଡ଼ାନ୍ତ କରିଥିଲା। ଏହା ସହିତ ୪୦ ପ୍ରତିଶତର ଏକ ତୃତୀୟ ଜିଏସ୍‌ଟି ସ୍ଲାବ୍ ମଧ୍ୟ ଅଛି, ଯେଉଁଥିରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବିବେଚିତ ଜିନିଷଗୁଡ଼ିକ ଅନ୍ତର୍ଭୁକ୍ତ, ଯେପରିକି ତମାଖୁ ଉତ୍ପାଦ ଇତ୍ୟାଦି।"
ନବରାତ୍ରୀର ପ୍ରଥମ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ନୂତନ ଜିଏସ୍‌ଟି ହାର ଲାଗୁ ହେବାକୁ ଯାଉଛି। ପୂର୍ବରୁ ଜିଏସ୍‌ଟିରେ ଚାରୋଟି ସ୍ଲାବ୍ ଥିଲା: ୫%, ୧୨%, ୧୮% ଏବଂ ୨୮%। ଜିଏସ୍‌ଟି ପରିଷଦ ୧୨% ଏବଂ ୨୮% ସ୍ଲାବ୍ ଉଚ୍ଛେଦ କରିଛି।" ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ପୂର୍ବରୁ ୧୨% ଜିଏସ୍‌ଟି ଲାଗୁ ହେଉଥିବା ପ୍ରାୟ ୯୯% ସାମଗ୍ରୀ ଏବେ ୫% ଜିଏସ୍‌ଟି ବର୍ଗରେ ଆସିବ ଏବଂ ପୂର୍ବରୁ ୨୮% ଜିଏସ୍‌ଟି ଲାଗୁ ହେଉଥିବା ପ୍ରାୟ ୯୦% ସାମଗ୍ରୀ ଏବେ ୧୮% ଜିଏସଟି ବର୍ଗରେ ଆସିବ।
​​​​​​​