ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆସନ୍ତା ଫେବୃଆରୀ ୫ରେ ମହାକୁମ୍ଭରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

Published By : Ankita S | January 21, 2025 1:37 PM

ନୂଆଦିଲ୍ଲୀ,୨୧/୧: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଭବ୍ୟ ଦିବ୍ୟ ମହାକୁମ୍ଭ ମେଳା ଜାରି ରହିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଆସନ୍ତା ଫେବୃଆରୀ ୫ ତାରିଖରେ କୁମ୍ଭମେଳାରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରୟାଗରାଜ ମହାକୁମ୍ଭରେ ବୁଡ ପକାଇପାରନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି ।

ଆସନ୍ତା ଫେବୃଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ କୁମ୍ଭମେଳାରେ ସାମିଲ ହେବା ସହ ଗୁରୁତ୍ବପୂର୍ଣ୍ଣ ସରକାରୀ ଯୋଜନାର ସମୀକ୍ଷା କରିପାରନ୍ତି । ଏହା ସହିତ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସଙ୍ଗମ କ୍ଷେତ୍ର ଓ ପାଖାପାଖି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।


ଏହା ବି ପଢନ୍ତୁ...୧୧୮ତମ ମନ୍ କି ବାତ୍; କୁମ୍ଭମେଳା ଏକତାର ମହାକୁମ୍ଭ, ପଶୁଙ୍କ ସହ ପ୍ରେମରେ ବଞ୍ଚ କହିଲେ ପ୍ରଧାନମନ୍ତ୍ରୀ ମୋଦି

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ- ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଫେବୃଆରୀ ୧ ତାରିଖରେ ସଙ୍ଗମ କ୍ଷେତ୍ରରେ ବୁଡ ପକାଇବାର ସମ୍ଭାବନା ରହିଛି । ଏହା ସହିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବୃଆରୀ ୧୦ ତାରିଖରେ ପ୍ରୟାଗରାଜ ଗସ୍ତ କରିବାର ସମ୍ଭାବନା ଅଛି । ରାଷ୍ଟ୍ରପତି ଏହି ଗସ୍ତରେ କିଛି ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନିକ ସ୍ତର ଓ ସୁରକ୍ଷାରେ ବ୍ୟାପକ ବ୍ୟବସ୍ଥା ଆରମ୍ଭ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଉଛି ।

କହି ରଖୁଛୁ କି, ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରେଦଶର ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ତଟରେ ସନାତନ ଆସ୍ଥାର ମହାପର୍ବ ମହାକୁମ୍ଭ ମେଳାର ଶୁଭାରମ୍ଭ ହୋଇଛି । ଦିବ୍ୟ ଓ ଆସ୍ଥାର ସଙ୍ଗମରେ ଶ୍ରଦ୍ଧାର ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ । ଆସନ୍ତା ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଚାଲିବ । କିଛି ଦିନ ତଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାର ବୁଡ ପକାଇଥିଲେ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.