ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମରିସସର ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ମୋଦୀ, କହିଲେ ଏହି ମାଟିରେ ଆମ ପୂର୍ବଜଙ୍କ ଲୁହ ଏବଂ ରକ୍ତ ଅଛି'...

Published By : Ladu Kishor | March 11, 2025 9:11 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ମରିସସ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ମରିସସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ମରିସସର ପୋର୍ଟ ଲୁଇସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବା ସମୟରେ, ପ୍ରଧାନମନ୍ତ୍ରୀ ମୋଦି ଭୋଜପୁରୀରେ ତାଙ୍କର ଭାଷଣ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,"ମୁଁ ତୁମର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ନିଷ୍ପତ୍ତିକୁ ବିନମ୍ରତାର ସହ ଗ୍ରହଣ କରିଛି। ଏହା ଭାରତ ଏବଂ ମରିସସ ମଧ୍ୟରେ ଐତିହାସିକ ସମ୍ପର୍କ ପ୍ରତି ଏକ ସମ୍ମାନ। ଏହା ୧୪୦ କୋଟି ଲୋକଙ୍କ ସମ୍ମାନ । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏମିତି ଏକ ସମୟ ଥିଲା ଯେତେବେଳେ କି, ଭାରତରେ ମିଠା ପାଇଁ ଚିନି ମରିସସରୁ ଆସୁଥିଲା। ହୁଏତ ସେଥିପାଇଁ ଗୁଜୁରାଟୀରେ ଚିନିକୁ ମୋରାସ ମଧ୍ୟ କୁହାଯାଏ । ସମୟ ସହିତ, ଭାରତ-ମରିସସ ସମ୍ପର୍କର ମିଠା ଆହୁରି ମଜବୁତ ହୋଇଛି । ଏହି ମିଠା ସହିତ, ମୁଁ ମରିସସର ସମସ୍ତ ଲୋକଙ୍କୁ ସେମାନଙ୍କ ଜାତୀୟ ଦିବସରେ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।"

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପୁରୁଣା ମରିସସ ଗସ୍ତ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, "୧୦ ବର୍ଷ ପୂର୍ବେ ଯେତେବେଳେ ମୁଁ ମରିସସ୍ ଆସିଥିଲି, ହୋଲି ଗୋଟିଏ ସପ୍ତାହ ପୂର୍ବରୁ ଚାଲିଯାଇଥିଲା। ମୁଁ ଭାରତରୁ ଗେରୁଆ ରଙ୍ଗ ମୋ ସହିତ ଆଣିଥିଲି। ଏଥର ମୁଁ ମରିସସ୍ରୁ ଭାରତକୁ ହୋଲିର ରଙ୍ଗ ନେଇଯିବି। ଯେତେବେଳେ ମୁଁ ଏଠାକୁ ଆସେ, ମୋତେ ଲାଗୁଛି ଯେପରି ମୁଁ ମୋ ନିଜ ଲୋକଙ୍କ ମଧ୍ୟରେ ଆସିଛି । ଏଠାର ମାଟି, ପାଣି ପବନରେ ଏକ ଆତ୍ମୀୟତାର ଭାବନା ଅଛି। ଏଠାରେ ଭାରତର ମହକ ଅଛି। ଏଠାର ମାଟି ଆମ ପୂର୍ବପୁରୁଷଙ୍କ ରକ୍ତ ଏବଂ ଝାଳ ସହିତ ମିଶ୍ରିତ। ଆମେ ସମସ୍ତେ ଗୋଟିଏ ପରିବାର।"

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,"ଯେତେବେଳେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଆୟୋଜନ କରାଯାଇଥିଲା, ଆମର ୫ଶହ ବର୍ଷର ପ୍ରତୀକ୍ଷାର ଅନ୍ତ ହୋଇଥିଲା, ଭାରତରେ ଯେଉଁ ଉତ୍ସାହ ଏବଂ ଉତ୍ସବ ଥିଲା, ଆମେ ଏଠାରେ ମରିସସରେ ସମାନ ଭାବରେ ଏକ ବଡ଼ ଉତ୍ସବ ଦେଖିଲୁ। ଆପଣଙ୍କ ଭାବନାକୁ ବୁଝି ମରିସସ ସେତେବେଳେ ଅଧା ଦିନ ଛୁଟି ଘୋଷଣା କରିଥିଲା। ଭାରତ ଏବଂ ମରିସସ ମଧ୍ୟରେ ଏହି ବିଶ୍ୱାସର ବନ୍ଧନ ଆମ ବନ୍ଧୁତାର ଏକ ବହୁତ ବଡ଼ ଆଧାର।"

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.