ପ୍ରମୂଖ ଖବର
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ

Published By : Tapas Panda | August 18, 2025 4:28 PM

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଲ୍ଲୀରେ ସାକ୍ଷାତ କଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସିପି ରାଧାକ୍ରିଷ୍ଣନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ, ଭୂପେନ୍ଦ୍ର ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ । 

ବିଜେପି ସଂସଦୀୟ ବୋର୍ଡର ବୈଠକ ପରେ, ତାଙ୍କୁ ରବିବାର (୧୭ ଅଗଷ୍ଟ ୨୦୨୫) ଏନଡିଏ ଦ୍ୱାରା ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି, ‘ସିପି ରାଧାକ୍ରିଷ୍ଣନ ଜୀଙ୍କୁ ଭେଟିଲି। ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ତାଙ୍କୁ ଅଭିନନ୍ଦନ। ତାଙ୍କର ଦୀର୍ଘ ଜନସେବା ଏବଂ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଆମ ଦେଶକୁ ସମୃଦ୍ଧ କରିବ। ସେ ସର୍ବଦା ଦେଖାଇଥିବା ସମର୍ପଣ ଏବଂ ଦୃଢ଼ତାର ସହିତ ଦେଶ ସେବା ଜାରି ରଖନ୍ତୁ।’

ପ୍ରାର୍ଥୀ ଘୋଷଣା ହେବା ପରେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ସର୍ବଦା ଉପେକ୍ଷିତ ଲୋକଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦେଇଥିଲେ ଏବଂ ତାଙ୍କର ସମର୍ପଣ, ନମ୍ରତା ଓ ବୁଦ୍ଧିମତ୍ତା ସହିତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ରାଧାକ୍ରିଷ୍ଣନ ତାମିଲନାଡୁରେ ତୃଣମୂଳ ସ୍ତରରେ ବ୍ୟାପକ କାର୍ଯ୍ୟ କରିଥିଲେ । ଏନଡିଏ ପରିବାର ତାଙ୍କୁ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରିଥିବାରୁ ସେ ଖୁସି ଥିବା କହିଥିଲେ ପିଏମ ମୋଦୀ ।

ସେପଟେ ବିରୋଧୀ ଦଳଗୁଡ଼ିକ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆମେ ଚାହୁଁଛୁ ପରବର୍ତ୍ତୀ ଉପରାଷ୍ଟ୍ରପତି ସର୍ବସମ୍ମତିକ୍ରମେ ନିର୍ବାଚିତ ହୁଅନ୍ତୁ । ଏଥିପାଇଁ ଆମେ ବିରୋଧୀ ନେତାମାନଙ୍କ ସହିତ ଯୋଗାଯୋଗ କରିଛୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.