ନୂଆଦିଲ୍ଲୀ,୧୨।୧୦: ଆଜି ସାରାଦେଶରେ ଦଶହରା ପର୍ବ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀର ରାମଲୀଲା ମୈଦାନରେ ହୋଇଛି ରାବଣ ଦହନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଉପସ୍ଥିତ ଥିଲେ। ଦୁହେଁ ପ୍ରଥମେ ରାମ ଓ ଲକ୍ଷ୍ମଣଙ୍କୁ ତିଳକ ଲଗାଇଥିଲେ ଓ ପୁଣିଥରେ ଆରତୀ କରିଥିଲେ। ଏହାପରେ ରାମ-ରାବଣ ଯୁଦ୍ଧ ଦେଖିବାକୁ ମିଳିଥିଲା। ରାବଣର ନାଭିରେ ରାମ ତୀର ମାରି ଅନ୍ତ କରିଥିଲେ। ଏହାପରେ ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣର ପୁତ୍ତଳିକା ଦହନ କରାଯାଇଥିଲା।
ଲାଲକିଲ୍ଲା ମୈଦାନରେ ଶ୍ରୀ ଧାର୍ମିକ ଲୀଲା କମିଟି ଏଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦେଶର ବହୁ ବରିଷ୍ଠ ନେତା ସାମିଲ ଥିଲେ। ସମସ୍ତେ ରାମଲୀଳା ଦେଖିବା ସହ ରାବଣ ଦହନ ସମାରୋହରେ ଭାଗ ନେଇଥିଲେ। ସେଭଳି ନଭଶ୍ରୀ ଧାର୍ମିକ ଲିଲା କମିଟି ପେଣ୍ଡାଲରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ପହଁଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଭଗବାନ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ବିନ୍ଦୁ ଦାରା ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସବକା ସାଥ୍ ସବକା ବିକାଶ।’ ଭାରତ ଏକଜୁଟ ରହିଛି ଓ ସଠିକ ଦିଗରେ ଆଗକୁ ବଢୁଛି ଓ ଏହାକୁ ଆହୁରି ଭଲ କରିବା ଆମ ସମସ୍ତଙ୍କର ଦାୟିତ୍ବ।