ନୂଆଦିଲ୍ଲୀ,୨୩/୧୨: ଆଜି ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ  ରୋଜଗାର ମେଳା । ପୂର୍ବାହ୍ନ ୧୦.୩୦ରେ  ଆଭାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିବାର  କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ  ନବ ନିଯୁକ୍ତଙ୍କୁ ସମ୍ବୋଧିତ କରିବେ ।

ନିଯୁକ୍ତି  ସୃଷ୍ଟି କ୍ଷେତ୍ରରେ ରୋଜଗାର ମେଳା ହେଉଛି  ପିଏମ୍‌ ମୋଦିଙ୍କର ଏକ ବଳିଷ୍ଠ ପଦକ୍ଷେପ ।  ଏହି ମେଳା ଯୁବ ସମାଜକୁ ରାଷ୍ଟ୍ର ନିର୍ମାଣ  ସହ ନିଜକୁ ଶସକ୍ତ କରିବାରେ ବିଶେଷ  ଭାବେ ସହାୟକ ହେବ । ସରକାରଙ୍କ ବିଭିନ୍ନ  ମନ୍ତ୍ରଣାଳୟ ଏବଂ ବିଭାଗ ଲାଗି ଏହି ମେଳା  ଅନୁଷ୍ଠିତ ହେଉଛି । ନବ ନିଯୁକ୍ତମାନେ କେନ୍ଦ୍ର  ସରକାରଙ୍କ ସୌରାଷ୍ଟ୍ର ମନ୍ତ୍ରଣାଳୟ, ଡାକ,  ବିଭାଗ, ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥ ସହ  ଅନ୍ୟ ପ୍ରମୁଖ ବିଭାଗରେ କାର୍ଯ୍ୟ କରିବେ । ଏହା ପୂର୍ବରୁ ଅକ୍ଟୋବରରେ ଶ୍ରୀ ମୋଦି  ଆଭାସୀ ଜରିଆରେ ୫୧ ହଜାର ନିଯୁକ୍ତିପତ୍ର  ବଣ୍ଟନ କରିଥିଲେ । 

ଦେଶର ୪୦ଟି  ସ୍ଥାନରେ ଏକାସହ ଅନୁଷ୍ଠିତ ହୋଇଥିଲା  ରୋଜଗାର ମେଳା । ରାଜସ୍ୱ ବିଭାଗ, ଉଚ୍ଚ  ଶିକ୍ଷା, ସୌରାଷ୍ଟ୍ର ମନ୍ତ୍ରଣାଳୟ, ପ୍ରତିରକ୍ଷା  ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି  ମନ୍ତ୍ରଣାଳୟ ଗୁଡିକରେ ହୋଇଥିଲା ନିଯୁକ୍ତି ।  ଶ୍ରୀ ମୋଦି କହିଥିଲେ, ଦେଶର ଯୁବବର୍ଗଙ୍କୁ  ନିଯୁକ୍ତି ଯୋଗାଣ ଧାରାକୁ କେନ୍ଦ୍ର ସରକାର  ତ୍ୱରାନ୍ୱିତ କରିଛନ୍ତି । ଉଲ୍ଲେଖଯୋଗ୍ୟ,  ୨୦୨୨ ଅକ୍ଟୋବର ୨୨ରେ ସାରା ଦେଶରେ  ରୋଜଗାର ମେଳା ଆରମ୍ଭ ହୋଇଥିଲା