ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଦିଲ୍ଲିବାସୀଙ୍କୁ ମିଳିବ ଜାମ୍‌ରୁ ମୁକ୍ତି, ପିଏମ୍ ମୋଦି ଉଦଘାଟନ କରିବାକୁ ଯାଉଛନ୍ତି ଦ୍ବାରିକା ଏକ୍ସପ୍ରେସ୍ ଓ୍ବେର ଦିଲ୍ଲୀ ସେକ୍ସନ ଓ UER-2

Published By : Harapriya Biswal | August 16, 2025 8:20 PM

ନୂଆଦିଲ୍ଲୀ,୧୬।୮: ଦିଲ୍ଲିବାସୀଙ୍କୁ ଜାମ୍‌ରୁ ମୁକ୍ତି ପାଇଁ ପିଏମ୍‌ ମୋଦି କାଲି ଅର୍ଥାତ ରବିବାର ରାଜଧାନୀ ଦିଲ୍ଲୀରେ ଦୁଇଟି ଜାତୀୟ ରାଜମାର୍ଗର ଉଦଘାଟନ କରିବେ। ଏହା ସହ ପିଏମ୍ ମୋଦି ପ୍ରାୟ ୧୧ ହଜାର କୋଟିର ଅନ୍ୟ ବିକାଶ ପ୍ରକଳ୍ପର ମଧ୍ୟ ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାରୁ ରାଷ୍ଟ୍ରୀୟ ରାଜମାର୍ଗରୁ ରୋହିଣୀ କ୍ଷେତ୍ରରେ ରହୁଥିବା ଲୋକଙ୍କୁ ଫାଇଦା ମିଳିବ। ଏହା ସହ ପ୍ରୋଜେକ୍ଟରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଯାତାୟତକୁ ସୁବିଧାଜନକ କରିବ। ଯାତ୍ରା ସମୟକୁ ହ୍ରାସ କରିବାରେ ସାହାଯ୍ୟ ମିଳିବ। ଏହାଦ୍ବାରା ମଲ୍ଟି ମଡେଲ କନେକ୍ଟିଭିକୁ ପ୍ରୋତ୍ସାହନ ମିଳିବ।  

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶନିବାର ସୂଚନା ଦେଇଛି। ଯେଉଁଥିରେ କୁହାଯାଇଛି  ଏହି ପ୍ରକଳ୍ପଗୁଡ଼ିକ, ଦ୍ୱାରକା ଏକ୍ସପ୍ରେସୱେର ଦିଲ୍ଲୀ ସେକ୍ସନ ଏବଂ ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା-୨ (UER-2) ଦିଲ୍ଲୀବାସୀଙ୍କୁ ଭିଡ଼ରୁ ମୁକ୍ତ କରିବା ପାଇଁ ସରକାରଙ୍କ ବ୍ୟାପକ ଯୋଜନା ଅଧୀନରେ ନିର୍ମିତ ହୋଇଛି। ଏହାର ଲକ୍ଷ୍ୟ ହେଉଛି ସଂଯୋଗୀକରଣକୁ ଉନ୍ନତ କରି ଯାତ୍ରା ସମୟ ହ୍ରାସ କରିବା ଏବଂ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ବୋଝ ହ୍ରାସ କରିବା। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣର ଦୃଷ୍ଟିକୋଣକୁ ଦର୍ଶାଏ।

ଉଲ୍ଲେଖନୀୟ ଯେ, ପିଏମ୍ ମୋଦି ୨୦୨୪ରେ ଦ୍ୱାରକା ଏକ୍ସପ୍ରେସୱେର ୧୯ କିଲୋମିଟର ଲମ୍ବା ହରିୟାଣା ଖଣ୍ଡର ଉଦଘାଟନ କରିଥିଲେ। ମୋଦି ରବିବାର ପ୍ରାୟ ୫୫୮୦ କୋଟି ଖର୍ଚ୍ଚରେ ବାହାଦୁରଗଡ଼ ଓ ସୋନିପତ ପାଇଁ ନୂଆ ମାର୍ଗ ସହ ସହର ବିସ୍ତାବ ମାର୍ଗ-୨ କୁ ଆଲିପୁରୁ ଦିଚାଉ କଳାଖଣ୍ଡର ମଧ୍ୟ ଉଦାଘାଟନ କରିବେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.