ପ୍ରମୂଖ ଖବର
  • ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୫୫୦୦ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ
  • ||
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଉତ୍ସାହର ସହ ଭୋଟ ଦେବାକୁ ଝାଡଖଣ୍ଡକୁ ପିଏମଙ୍କ ଅପିଲ, କହିଲେ ପ୍ରଥମେ ମତଦାନ ପରେ ଜଳପାନ

Published By : Ankita S | November 13, 2024 9:28 AM

ନୂଆଦିଲ୍ଲୀ ,୧୩/୧୧: ଭୋଟ ଦେଉଛି ଝାଡଖଣ୍ଡ । ଲମ୍ବା ଧାଡିରେ ରହି ସେମାନଙ୍କ ନେତା ବାଛୁଛନ୍ତି ଜନତା । ଝାଡଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅଧିକରୁ ଅଧିକ ମତଦାନ ସାବ୍ୟସ୍ତ କରିବା ସହ ଗଣତନ୍ତ୍ରର ଏହି ମହାନ ପର୍ବରେ ଉତ୍ସବର ସହ ସାମିଲ ହେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୋସିଆଲ ମିଡିଆ ଏକ୍ସରେ ରାଜ୍ୟବାସୀଙ୍କୁ  ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଆଜି ପ୍ରଥମ ପର୍ୟ୍ୟାୟ ଭୋଟ । ସମସ୍ତ ମତଦାତାଙ୍କୁ ମୋର ଅନୁରୋଧ ଗଣତନ୍ତ୍ର ଏହି ମହାନ ପର୍ବରେ ଉତ୍ସାହର ସହିତ ମତଦାନ କରନ୍ତୁ । ପ୍ରଥମ ଥର  ଏହି ସୁଯୋଗ ପାଇଥିବା ଯୁବଭୋଟରଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା  ।  ଧ୍ୟାନ ରଖନ୍ତୁ ପ୍ରଥମେ ମତଦାନ ପରେ ଜଳପାନ ।

ସୂଚନାଅନୁସାରେ, ଝାଡଖଣ୍ଡ ବିଧାନସଭା ନିର୍ବାଚନ ନେଇ ଆଜି ପ୍ରଥମ ପର୍ୟ୍ୟାୟ ଭୋଟ ହେଉଛି ।  ୪୩ ଆସନ ପାଇଁ ମୋଟ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ  ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସକାଳ ୭ଟାରୁ କଡା ସୁରକ୍ଷାରେ ଭୋଟ ଗ୍ରହଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧ କୋଟି ୩୭ ଲକ୍ଷ ୧୦ହଜାର ୭୧୭ ଭୋଟର ସେମାନଙ୍କ ନେତା ବାଛୁଛନ୍ତି ।  ଜେଏମଏମ ଓ କଂଗ୍ରେସ ମେଣ୍ଟ ସହ ବିଜେପିର କଡା ଟକ୍କର ହେବ ।  ପ୍ରଥମ ପର୍ଯ୍ୟାୟରେ ଲଢୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସାମିଲ ଅଛନ୍ତି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.