ନୂଆଦିଲ୍ଲୀ,୨୦/୧୧: ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ମହାରାଷ୍ଟ୍ରରେ ୨୮୮ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଛି । ସେହିପରି ଝଡଖଣ୍ଡରେ ୩୮ ଆସନରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ଅଧିକରୁ ଅଧିକ ଭୋଟ ଦେବାକୁ ଭୋଟରୁଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମହାରାଷ୍ଟ୍ର ଭୋଟରଙ୍କୁ ଅପିଲ୍ କରି ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ମହାରାଷ୍ଟ୍ର ବିଧାନସଭା ଆସନରେ ନିର୍ବାଚନ ହେଉଛି । ସମସ୍ତ ଭୋଟଙ୍କୁ ଅପିଲ କରୁଛି କି ଗଣତନ୍ତ୍ରର ଏହି ମହାନ ଉତ୍ସବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରନ୍ତୁ । ଏହି ଉତ୍ସବରେ ଯୁବଗୋଷ୍ଠୀ, ମହିଳା ଭୋଟର ଅଧିକରୁ ଅଧିକ ଭୋଟ ଦିଅନ୍ତୁ ।

ସେହିପରି ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଅପିଲ୍ କରି କହିଛନ୍ତି, ଝାଡଖଣ୍ଡରେ ଆଜି ଲୋକତନ୍ତ୍ରର ମହାପର୍ବର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ସମସ୍ତ ମତଦାତାଙ୍କୁ ମୋର ଅନୁରୋଧ ଏଥିରେ ଭାଗ ନିଅନ୍ତୁ । ଭୋଟିଂର ନୂଆ ରେକର୍ଡ କରନ୍ତୁ । ପ୍ରଥମ ଥର ଭୋଟ ଦେଉଥିବା ସମସ୍ତଙ୍କୁ ମୋର ଅଭିନନ୍ଦନ । ତୁମର ଗୋଟିଏ ମତଦାନ ରାଜ୍ୟ ପାଇଁ ବଳ ।

ପ୍ରକାଶ ଥାଉ କି, ମହାରାଷ୍ଟ୍ରରେ ୨୮୮ ଆସନରେ ମଦତାନ ଚାଲିଛି । ମୋଟ୍  ୯.୭୦ କୋଟି ଭୋଟର ସେମାନଙ୍କ ନେତା ବାଛୁଛନ୍ତି । ମୋଟ ୪,୧୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ସେହି ପରି ଝାଡଖଣ୍ଡରେ ୩୮ଟି ଆସନରେ ଭୋଟ ଜାରି ରହିଛି । ଏହି ପର୍ଯ୍ୟାୟରେ ମଇଦାନରେ ୫୨୮ ପ୍ରାର୍ଥୀ ରହିଛନ୍ତି । ୧ କୋଟି ୨୩ ଲକ୍ଷ ୫୮ ହଜାର ୧୯୫ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।