ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମରିସସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଦୁଇ ଦେଶ ମଧ୍ୟରେ ୮ ଚୁକ୍ତି ସ୍ଵାକ୍ଷର

Published By : Rasmita Pradhan | March 12, 2025 2:20 PM

ନୂଆଦିଲ୍ଲୀ, ୧୨/୦୩ : ମରିସସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦେଶ ମଧ୍ୟରେ ୮ ଚୁକ୍ତି ସ୍ଵାକ୍ଷର। ବୁଧବାର ପିଏମ୍ ମୋଦି ଏବଂ ମରିସସ୍‌ର ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହୋଇଛି। ଏହି ସମୟରେ ଭାରତ ଏବଂ ମରିସସ୍ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ବୁଝାମଣା ହୋଇଛି। 

୧- ସ୍ଥାନୀୟ ମୁଦ୍ରା ସମାଧାନ ପ୍ରଣାଳୀ ଉପରେ ମରିସସ୍‌ର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

୨- ପାଇପ୍ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ରୀୟ ଜଳ ପ୍ରାଧିକରଣର ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପାଇଁ ମରିସସ୍ ସରକାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଋଣ ସୁବିଧା ଉପରେ ଚୁକ୍ତିନାମା

୩-କୂଟନୀତିଜ୍ଞଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ପାଇଁ ଭାରତୀୟ ବୈଦେଶିକ ସେବା ପ୍ରତିଷ୍ଠାନ ଏବଂ ମରିସସ୍‌ର ବୈଦେଶିକ ବ୍ୟାପାର, ଆଞ୍ଚଳିକ ସମନ୍ୱୟ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର

୪- ଭାରତୀୟ ନୌସେନା ଏବଂ ମରିସସ୍ ପୋଲିସ ବାହିନୀ ମଧ୍ୟରେ 'ହ୍ଵାଇଟ୍ ସିପିଂ' ସୂଚନା ଆଦାନପ୍ରଦାନ ପାଇଁ ବୈଷୟିକ ଚୁକ୍ତିନାମା

୫-ମରିସସ୍‌ର ଆର୍ଥିକ ଅପରାଧ କମିଶନ ଏବଂ ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟରେ ବୁଝାମଣାପତ୍ର

୬-ମରିସସ୍‌ର ଶିଳ୍ପ, କ୍ଷୁଦ୍ର ଏବଂ ସମବାୟ ମନ୍ତ୍ରଣାଳୟ ଏବଂ ଭାରତର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

୭-ମରିସସ୍‌ର ଲୋକସେବା ଏବଂ ପ୍ରଶାସନିକ ସଂସ୍କାର ମନ୍ତ୍ରଣାଳୟ ଏବଂ ଭାରତର ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ, ଜାତୀୟ ସୁଶାସନ କେନ୍ଦ୍ର ମଧ୍ୟରେ ସରକାରୀ ଅଧିକାରୀଙ୍କ ତାଲିମ ପାଇଁ ବୁଝାମଣାପତ୍ର

୮-ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର, ଭାରତର ଭୂବିଜ୍ଞାନ ମନ୍ତ୍ରଣାଳୟ ଏବଂ ମରିସସ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମହାଦେଶୀୟ ସେଲଫ୍, ସାମୁଦ୍ରିକ କ୍ଷେତ୍ର ପ୍ରଶାସନ ଏବଂ ଅନୁସନ୍ଧାନ ବିଭାଗ ମଧ୍ୟରେ ବୁଝାମଣାପତ୍ର

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ମରିସସ୍‌ର ସମସ୍ତ ନାଗରିକଙ୍କୁ ରାଷ୍ଟ୍ରୀୟ ଦିବସର ଶୁଭକାମନା ଜଣାଉଛି। ମୋର ସୌଭାଗ୍ୟ ଯେ, ମରିସସ୍‌ର ରାଷ୍ଟ୍ରୀୟ ଦିବସରେ ସାମିଲ ହେବାକୁ ମୋତେ ସୁଯୋଗ ମିଳିଛି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ଏବଂ ମରିସସ୍ ସରକାରଙ୍କୁ କୃତଜ୍ଞତା ଜଣାଉଛି। ଭାରତ ଏବଂ ମରିସସ୍‌ର ସମ୍ପର୍କ କେବଳ ପ୍ରଶାନ୍ତ ମହାସାଗରରେ ସୀମିତ ନାହିଁ। ସାଂସ୍କୃତିକ ପରମ୍ପରା ସହିତ ଆମର ମୂଲ୍ୟବୋଧ ଜଡ଼ିତ। ସାମାଜିକ ଏବଂ ଆର୍ଥିକ ରାସ୍ତାରେ ଆମେ ଦୁହେଁ ଦୁହିଁଙ୍କର ସାଥୀ। ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ଵା କୋଭିଡ୍ ଆମେ ସର୍ବଦା ଜଣେ ଅନ୍ୟ ଜଣଙ୍କ ପାଖରେ ଠିଆ ହୋଇଛୁ। 

ସେହିପରି ମରିସସ୍‌ର ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ମୋଦି ୫୭ତମ ସ୍ଵାଧୀନତା ଦିବସ ସମାରୋହରେ ଉପସ୍ଥିତ ରହି ଆମକୁ ସମ୍ମାନିତ କରିଛନ୍ତି।' ତାଙ୍କର ବିଶିଷ୍ଟ ଉପସ୍ଥିତି ଦୁଇ ଦେଶ ମଧ୍ୟରେ ଅନନ୍ୟ ଏବଂ ସ୍ୱତନ୍ତ୍ର ସମ୍ପର୍କର ପ୍ରମାଣ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.