ଗୌହାଟି,୧୪।୨: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତରେ ପହଁଞ୍ଚିଛନ୍ତି। ରାଜଧାନୀ ଗୌହାଟିରେ ଏକ ଜନସଭାକୁ ସମ୍ବୋଧିତ କରି କହିଚନ୍ତି, ଆଜି ଦେଶ ନା କେବଳ ଏକ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ ଷ୍ଟ୍ରିପ୍ ପାଇଛି ତାହା ନୁହେଁ,ବଂର ନୂଆ ଭାରତ ନିଜର ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛି। ଆଜି ଭାରତ ନା କେବଳ ନିଜର ସୀମାକୁ ମଜବୁତ କରୁଛି, ବଂର ଦେଶର ଶତ୍ରୁଙ୍କୁ ତାଙ୍କ ଘରେ ପଶି ଜବାବ୍ ଦେଇଛି ଓ ଆଗକୁ ମଧ୍ୟ ଦେବୁ। ଆଜି ପୁଲଓ୍ବାମା ଆକ୍ରମଣକୁ ୭ ବର୍ଷ ପୂରିଛି। ମୁଁ ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମା’ ଭାରତୀଙ୍କ ବୀର ସୁପୁତ୍ର। ମୁଁ ତାଙ୍କୁ ନମସ୍କାର କରୁଛି। ଏହି ଆତଙ୍କୀ ଆକ୍ରମଣ ପରେ ଭାରତ ଯେଉଁଭଳି ଆତଙ୍କବାଦୀଙ୍କୁ ସଜା ଦେଇଛି,ତାହା ସାରା ବିଶ୍ବ ଦେଖିଛି ଓ କିଛି ଲୋକ ଆଜି ବି ଭୟରେ ଥରୁଛନ୍ତି। ଏବେ ଆପଣ ଭାରତର ଶକ୍ତି ‘ଅପରେସନ୍ ସିନ୍ଦୂର’ ମଧ୍ୟ ଦେଖିଥିବେ।’
ପିଏମ୍ ମୋଦି କହିଛନ୍ତି, ଆଜି କଂଗ୍ରେସର ପ୍ରତ୍ୟେକ ବିଚାର ଆତଙ୍କବାଦୀଙ୍କ ଭଳି ରହିଛି। ଯେଉଁମାନେ କି ଦେଶକୁ ଖଣ୍ଡଖଣ୍ଡ କରିବାର ସ୍ବପ୍ନ ଦେଖନ୍ତି। ଯେଉଁମାନେ କି ପୂର୍ବ ଭାରତକୁ ଅଲଗା କରିବାର ନାରା ଦିଅନ୍ତି,ସେମାନେ କଂଗ୍ରେସ ପାଇଁ ପୂଜନୀୟ। ସ୍ବାଧୀନତା ସମୟରେ ମୁସଲିମ୍ ଲିଗ୍ ଦେଶର ବଣ୍ଟନ କରିଥିଲା,ଆଜିର କଂଗ୍ରେସ ମୁସଲିମ୍ ଲିଗ୍ ମାଓବାଦୀ କଂଗ୍ରେସ ହୋଇ ପୁଣି ଦେଶ ବାଣ୍ଟିବାରେ ଲାଗିଛି। କଂଗ୍ରେସଠାରୁ ସାବଧାନ ରହିବା ଦରକାର। କଂଗ୍ରେସ ଆସାମକୁ ଅଶାନ୍ତ ରଖିଲା,ହିଂସା ସୃଷ୍ଟି କଲା। ବମ୍, ବନ୍ଧୁକ, ବନ୍ଦ ବ୍ଲକେଡ୍ ଓ କର୍ଫ୍ୟୁ ପଛରେ କଂଗ୍ରେସର ହିଁ ହାତ ଥିଲା। ଦଶକ ଧରି କଂଗ୍ରେସ କୁଶାସନ ଚଳାଇଥିଲା। ତୁଷ୍ଟୀକରଣ ନୀତି,ଭୋଟ ବ୍ୟାଙ୍କ ରାଜନୀତି ଚଳାଇଥିଲା। କଂଗ୍ରେସ ସବୁବେଳେ ଆସମକୁ ଭୋଟ ବ୍ୟାଙ୍କ ଭାବରେ ଦେଖି ଆାସେ। ବିଜେପି କିନ୍ତୁ ଆସାମ ଓ ପୂର୍ବୋତ୍ତର ଭାରତର ବିକାଶକୁ ସବୁବେଳେ ପ୍ରାଥମିକତା ଦେଇଛି।’
ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ କ’ଣ କେବେ ଦେଶର କଲ୍ୟାଣ ପାଇଁ ନିଷ୍ପତ୍ତି ନେବାର ସାହସ ପାଇଲା ନାହିଁ? ସେମାନେ କେବଳ ବୟାନବାଜି କରିପାରିବେ। ସେମାନେ ଭାରତ ମାତା କ’ଣ ବୋଲି ପ୍ରଶ୍ନ କରନ୍ତି। ଭାରତ ମାତାଙ୍କୁ ଅପମାନିତ କରୁଥିବା କଂଗ୍ରେସ କେବେ ଦେଶକୁ ସୁରକ୍ଷା ଦେଇପାରିବ ନାହିଁ। କଂଗ୍ରେସ ଦେଶକୁ ବିପଦରେ ପକାଇ ରଖିଛି। ଯେତେବେଳେ ବି କଂଗ୍ରେସ ସେନା ପାଇଁ ଅସ୍ତ୍ରଶସ୍ତ୍ର କିଣିଛି, ଏହା ହଜାର ହଜାର କୋଟି ଟଙ୍କାର ଘୋଟାଲା ଥିଲା। ଦେଶ ଏବେ ତା’ର ସଶସ୍ତ୍ର ବାହିନୀକୁ ମଜବୁତ କରୁଛି। ଭାରତ ନିଜର ସୀମାରେ ସୁନ୍ଦର ହାଇଓ୍ବେ ଟନେଲ ବ୍ରିଜ୍ ତିଆରି କରୁଛି,ଦେଶର ସୁରକ୍ଷା ବଢାଉଛି, ତେଣୁ କଂଗ୍ରେସ ବିଚଳିତ ହୋଇ ପଡିଛି।
ଆହୁରି ପଢନ୍ତୁ :ଜମ୍ମୁ-କଶ୍ମୀରରେ ଆତଙ୍କୀ ସଫେଇ ଅଭିଯାନ, ଲାଗିଲା ଜୈଶ କମାଣ୍ଡରର ପୋଷ୍ଟର