ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଗୁଜରାଟର ଭଦୋଦରାରେ ଉଦଘାଟନ କରିଛନ୍ତି  ଟାଟା ଏୟାରକ୍ରାଫ୍ଟ କମ୍ପଲେକ୍ସ। ଟାଟାର ଆଡଭାନ୍ସ ସିଷ୍ଟମ (ଟିଏଏସ୍‌ଏଲ)ଏହି ମାନୁଫାକଚରିଂ ଫାସିଲିଟିରେ  C-295 ଯୁଦ୍ଧ ବିମାନ ନିର୍ମାଣ କରାଯିବ । 

ଭଦୋଦରାରେ ଥିବା ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ସ୍ପେନର ଏୟାରବସ୍ ସହଯୋଗରେ C-295 ଯୁଦ୍ଧ ବିମାନ ନିର୍ମାଣ କରାଯବି। ୨୦୨୬ ସୁଦ୍ଧା ଏଠାରେ ୪୦ଟି C-295 ବିମାନ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତର ପ୍ରତିରକ୍ଷା କ୍ଷମତାକୁ ଦୃଢ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି ଐତିହାସିକ ମୁହୁର୍ତ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କୁ ମନେପକାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଆଜି ଏହି ଅବସରରେ ରତନ ଟାଟା ରହିଥାନ୍ତେ ତେବେ ବହୁତ ଖୁସି ହୋଇଥାନ୍ତେ । 

ମୋଦି କହିଛନ୍ତି, ବିମାନ ଉତ୍ପାଦନ କ୍ଷମତା ଭାରତ-ସ୍ପେନ ସମ୍ପର୍କକୁ ମଜବୁତ କରିବ। ଆଜିଠାରୁ ଆମେ ଭାରତ ଏବଂ ସ୍ପେନର ସହଭାଗିତାକୁ ଏକ ନୂତନ ଦିଗ ଦେଉଛି C-295 ବିମାନର ଉତ୍ପାଦନ କାରଖାନା ଉଦଘାଟନ ହୋଇଛି। ଟାଟା-ଏୟାରବସ୍‌ ମାନୁଫାକଚରିଂ ପ୍ଲାଣ୍ଟରୁ ଭାରତ-ସ୍ପେନ୍ ସମ୍ପର୍କ ଆହୁରି ମଜବୁତ ହେବ। ଏହି କାରଖାନା ଭାରତ-ସ୍ପେନ୍ ସମ୍ପର୍କକୁ ମଜବୁତ କରିବା ସହ 'ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ' ମିଶନକୁ ସହଯୋଗ କରିବ।"