ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅଭିନେତା ବିକ୍ରାନ୍ତ ମାସେଙ୍କ ଫିଲ୍ମ 'ଦ ସାବରମତି ରିପୋର୍ଟ'କୁ ପିଏମଙ୍କ ପ୍ରଶଂସା, କହିଲେ ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସୁଛି…

Published By : Ladu Kishor | November 17, 2024 5:34 PM

ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଥିବା ଅଭିନେତା ବିକ୍ରାନ୍ତ ମାସେଙ୍କ ଫିଲ୍ମ 'ଦ ସାବରମତି ରିପୋର୍ଟ'କୁ ନେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସୁଛି ଏବଂ ଶେଷରେ ତଥ୍ୟ ବାହାରକୁ ଆସୁଛି।

ପିଏମ ମୋଦୀ ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରୁ ଆଲୋକ ଭଟ୍ଟ ନାମକ ଜଣେ ଉପଭୋକ୍ତାଙ୍କର X ପୋଷ୍ଟକୁ ରିପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଗୋଧରା ଘଟଣା ଉପରେ ନିର୍ମିତ ସାବରମତି ରିପୋର୍ଟର ଟ୍ରେଲରକୁ ମଧ୍ୟ ବ୍ୟବହାର କରାଯାଇଛି।

ରିପୋଷ୍ଟ କରିବା ବେଳେ ପିଏମ ମୋଦୀ ଲେଖିଛନ୍ତି ଯେ, ଏହି ସତ୍ୟ ବାହାରକୁ ଆସିବା ଏକ ଭଲ କଥା ଏବଂ ସାଧାରଣ ଲୋକ ଏହାକୁ ଦେଖି ପାରିବେ। ଏକ ମିଥ୍ୟା କାହାଣୀ କେବଳ କିଛି ସମୟ ପର୍ଯ୍ୟନ୍ତ ରହିପାରେ । ସର୍ବଶେଷରେ, ତଥ୍ୟ ସବୁବେଳେ ବାହାରକୁ ଆସେ । 

ସୂଚନାଥାଉକି ଯେ, ଯେଉଁ ପୋଷ୍ଟରେ ପିଏମ ମୋଦୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି, ଫିଲ୍ମ ଦେଖିବାର ୪ ଟି କାରଣ ଦିଆଯାଇଛି।ଯାହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ ମଧ୍ୟ ଆରମ୍ଭରେ ଲେଖିଛନ୍ତି କି– ‘ଓ୍ବେଲ୍ ସେଡ୍’

ଅଭିନେତା ବିକ୍ରାନ୍ତ ମାସେଙ୍କ ଏହି ଫିଲ୍ମ ୨୭ ଫେବୃଆରୀ ୨୦୦୨ରେ ଘଟିଥିବା ଗୋଧରା ଅଗ୍ନିକାଣ୍ଡ ଘଟଣା ଉପରେ ଆଧାରିତ। ଗୁଜୁରାଟର ଗୋଧରା ଠାରେ ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସରେ ଯାତ୍ରା କରୁଥିବା କରସେବକଙ୍କ ବଗିରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ହୃଦୟ ବିଦାରକ ଘଟଣାରେ ୫୯ ଜଣ ପ୍ରାଣ ହରାଇଥିଲେ । ଏହାର ଗୋଟିଏ ଦିନ ପରେ, ଫେବୃଆରୀ ୨୮ ରୁ ଗୁଜୁରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା ଯେଉଁଥିରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିଲେ।

ଉଲ୍ଲେଖନୀୟ କି, ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ଏବେର ପ୍ରଧାନମନ୍ତ୍ରୀ ଗୁଜୁରାଟର ସିଏମ୍ ଥିଲେ । ଘଟଣାର କିଛି ଦିନ ପରେ, ମାର୍ଚ୍ଚ ୨ ରେ, ସେ ଏକ କମିଶନ ଗଠନ କଲେ ଯାହାର କାମ ଏହି ଘଟଣାର ଅନୁସନ୍ଧାନ କରିବା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.