ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତରୁ ୟୁରୋପ ପର୍ଯ୍ୟନ୍ତ ତିଆରି ହେବ ସିଧା ରାସ୍ତା, କରିଡରରେ ରହିବେ ସାଉଦି ଆରବ ସହ ଏହି ସବୁ ଦେଶ

Published By : Harapriya Biswal | April 9, 2025 6:34 PM

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍ରେଲ ତୃତୀୟ ସପ୍ତାହରେ ସାଉଦି ଅରବ ଗସ୍ତରେ ଯିବେ। ଏବେ ତାରିଖ ଉପରେ ଅନ୍ତିମ ନିଷ୍ପତ୍ତି ନେବା ବାକି ରହିଛି। ତାଙ୍କର ଏହି ଗସ୍ତ ଦୁଇ ଦିନର ରହିଛି।  ଯେଉଁଥିରେ ସେ ସାଉଦି ଆରବର ନେତାଙ୍କ ସହ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି ଓ ପ୍ରତିରକ୍ଷା ସମ୍ପର୍କକୁ ନେଇ ଆଲୋଚନା କରିବେ। ଏହାଛଡା ଏକ ବଡ଼ ଏଜେଣ୍ଡା ଆଇଏମ୍‌ଇସି ଅର୍ଥାତ ଇଣ୍ଡିଆ ମିଡିଲ ଇଷ୍ଟ ୟୁରୋପ ଇକୋନୋମିକ୍ କରିଡର ମଧ୍ୟ ରହିବ। ଏହା ଉପରେ ଜି-୨୦ ସମିଟ୍ ବେଳେ ସହମତି ମିଳିଥିଲା। ଏବେ ଏହି ପ୍ରୋଜେକ୍ଟକୁ ଦୃତ ଗତିରେ ନେବା ପାଇଁ ପିଏମ୍ ମୋଦି ସାଉଦି ଅରବର ନେତାଙ୍କ ସହ କଥା ହେବେ। ଭାରତରୁ ୟୁରୋପ ପର୍ଯ୍ୟନ୍ତ ତିଆରି ହେବାକୁ ଥିବା ରାସ୍ତାରେ ସାଉଦି ଆରବ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। ଯାହାକି ଦୁନିଆର ସବୁଠାରୁ ଶକ୍ତିଶାଳି ଇସଲାମିକ୍ ଦେଶ। ୪ ବର୍ଷର ବ୍ୟବଧାନ ପରେ ପିଏମ୍ ମୋଦି ସାଉଦି ଗସ୍ତରେ ଯିବେ। 

ଦିଲ୍ଲୀରେ ୨୦୨୩ ରେ ଜି-୨୦ ସମିଟର ଆୟୋଜନ ହୋଇଥିଲା। ଏହି ସମୟରେ ଆଇଏମ୍‌ଇସିକୁ ନେଇ ସହମତି ହୋଇଥିଲା। ଏହି କରିଡର ଭାରତ ପାଇଁ ଭୂ-ରାଜନୈତିକ ଓ ଆର୍ଥିକ ଭାବରେ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏହି ପ୍ରୋଜେକ୍ଟ ଅନୁସାରେ, ଭାରତରୁ ମିଡିଲ ଇଷ୍ଟ ଦେଇ ୟୁରୋପ ପର୍ଯ୍ୟନ୍ତ ଯେଉଁ କରିଡର ଯିବ, ସେଥିରେ ରେଳ, ରୋଡ ନେଟଓ୍ବର୍କ ସାମିଲ ହେବ। ଏହାଛଡା ସଡକ ପରିବହନ ମଧ୍ୟ ସାମିଲ ରହିବ। ପ୍ରଥମ ପର୍ଯ୍ୟାୟରେ ଏହା ଭାରତରୁ ମଧ୍ୟ ପୂର୍ବ ପର୍ଯ୍ୟନ୍ତ ରହିବ। ଏହାଛଡା ଅନ୍ୟ ଭାଗ ମଧ୍ୟ ପୂର୍ବରୁ ୟୁରୋପ ଭିତରେ ହେବ। ପ୍ରଥମ ପାର୍ଟକୁ ପୂର୍ବ କରିଡର କୁହାଯାଏ, ଯାହାକି ଭାରତର ମୁମ୍ବାଇ ବାଟ ଦେଇ ମିଡିଲ ଇଷ୍ଟ ପର୍ଯ୍ୟନ୍ତ ଯିବ। ଏହାପରେ ମିଡିଲ ଇଷ୍ଟରୁ ସାଉଦି ଆରବ ପର୍ଯ୍ୟନ୍ତ ରାସ୍ତାକୁ ନଦର୍ଣ୍ଣ କରିଡର କୁହାଯିବ। ଆଇଏମ୍‌ଇସି କରିଡର ଇଲେକ୍ଟ୍ରିସିଟି କେବଲ, ହାଇଡ୍ରୋଜେନ୍‌ ପାଇପ୍‌ଲାଇନ୍ ଓ ହାଇସ୍ପିଡ୍‌ ଡାଟା କେବଲ ମଧ୍ୟରେ ସାମିଲ ହେବ।  

ଏହି କରିଡରରେ ଭାରତ, ଆମେରିକା, ସାଉଦି ଆରବ, ୟୁଏଇ, ଇଟାଲି, ଫ୍ରାନ୍ସ ଓ ଜର୍ମାନୀ ସାମିଲ ହେବ। ଏହାଛଡା  ୟୁରୋପିଆନ୍ ୟୁନିୟନ ମଧ୍ ଏହାର ଅଂଶ ରହିବ।  ଏହି ରୁଟ୍‌ରେ ଭାରତର ତିନୋଟି ପୋର୍ଟ ରହିବ। ଗୁଜରାଟର ମୁଦ୍ରା ଓ କାଣ୍ଡଲା ବନ୍ଦର। ଏହାଛଡା ନଭି ମୁମ୍ବାଇର ଜବାହରଲାଲ ନେହରୁ ପୋର୍ଟ ଟ୍ରଷ୍ଟ ମଧ୍ୟ ଏହାର ଅଂଶ ହେବ। କେବଳ ସେତିକି ନୁହେଁ ମଧ୍ୟ ପୂର୍ବ ଦେଶ ଫୁଜେରାହ, ଜେବେଲ ଅଲ୍ଲୀ  ଅବୁଧାବୀ ବନ୍ଦର ମଧ୍ୟ ଏଥିରେ ସାମିଲ ହେବ। ସାଉଦି ଆରବର ଦମ୍ମନ ଓ ରାସ ଅଲ୍ ଖୈର ଏହି କରିଡରରେ ରହିବ। ସବୁଠାରୁ ମଜା ବଡ଼ ହେଲା ରେଲଓ୍ବେ ଲାଇନ୍ ମଧ୍ୟ ଏହି କରିଡରରେ ରହିବ ଓ ଏହାର ଅଂଶ ମଧ୍ୟ ଇସ୍ରାଏଲ ରହିବ। ରେଲଓ୍ବେ ଲାଇନ୍ ୟୁଏଇର ଫୁଜେରାହ ପୋର୍ଟ ଦେଇ ଯିବ।  ଇସ୍ରାଏଲର ହାଇଫା ପୋର୍ଟକୁ ମଧ୍ୟ ରେଲଓ୍ବେ ଲାଇନ୍ ସହ କନେକ୍ଟ କରିବ। ଏହାପ‌ରେ ସାଉଦି ଆରବ ଓ ଜୋର୍ଡାନ ମଧ୍ୟ ଏହି ରେଲଓ୍ବେ ଲାଇନର ସାମିଲ ହେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.