ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବହୁ ଚର୍ଚ୍ଚିତ ବାରାଣସୀ ଗଣଦୁଷ୍କର୍ମ : ବିମାନ ବନ୍ଦରରେ ଓହ୍ଲାଇବା କ୍ଷଣି କମିଶନରଙ୍କୁ ହିସାବ ମାଗିଲେ ପିଏମ୍ ମୋଦି

Published By : Rasmita Pradhan | April 11, 2025 1:43 PM

ବାରାଣସୀ, ୧୧/୦୪ : ବହୁ ଚର୍ଚ୍ଚିତ ବାରାଣସୀ ଗଣଦୁଷ୍କର୍ମ ଘଟଣା। ବାବତପୁର ବିମାନ ବନ୍ଦରରେ ଓହ୍ଲାଇବା କ୍ଷଣି ଗଣଦୁଷ୍କର୍ମ ଘଟଣାର ହିସାବ ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ବନ୍ଦରରେ ପୋଲିସ କମିଶନର, ଡିଭିଜନାଲ କମିଶନର ଏବଂ ଜିଲ୍ଲାପାଳଙ୍କ ଠାରୁ କେସ୍ ସମ୍ପର୍କିତ ସମସ୍ତ ଅପଡେଟ୍ ନେଲେ ପିଏମ୍। ବାରାଣସୀରେ ଜଣେ ୧୮ ବର୍ଷୀୟା ଛାତ୍ରୀଙ୍କୁ ୨୩ ଜଣ ଯୁବକ ୭ ଦିନ ଧରି ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୪ଟି ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବାକୁ ବାରାଣସୀରେ ପହଞ୍ଚିଥିଲେ। ନିର୍ଦ୍ଧାରିତ ସମୟ ଠାରୁ ସେ ୨୪ ମିନିଟ୍ ପୂର୍ବରୁ କାଶୀରେ ପହଞ୍ଚି ଯାଇଥିଲେ। ଏହି ସମୟରେ ବିମାନ ବନ୍ଦରରେ ସ୍ଵାଗତ ପାଇଁ ଠିଆ ହୋଇଥିବା ପୋଲିସ କମିଶନର ଏବଂ ଜିଲ୍ଲାପାଳଙ୍କ ଠାରୁ ସେ ଗଣଦୁଷ୍କର୍ମ ବିଷୟରେ ପଚାରି ବୁଝିଥିଲେ। ସମସ୍ତ ଦୋଷୀଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଭବିଷ୍ୟତରେ ଏହି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ବ୍ୟାପକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ଏହି ଖବରଟିକୁ ପଢନ୍ତୁ-ବାରାଣସୀରେ ଚାଞ୍ଚଲ୍ୟ: ଛାତ୍ରୀଙ୍କୁ ୭ ଦିନରେ ବନ୍ଧୁଙ୍କ ସହ ୨୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ୬ ଗିରଫ

ପ୍ରକାଶ ଥାଉକି, ବାରାଣସୀରେ ଜଣେ ୧୮ ବର୍ଷୀୟା ସ୍ନାତକ ଛାତ୍ରୀଙ୍କୁ ୨୩  ଜଣ ଯୁବକ ୭ ଦିନ ଯାଏ ବନ୍ଧକ ରଖି ଗଣଦୁଷ୍କର୍ମ କରିଥିଲେ। ଗତ ମାର୍ଚ୍ଚ ୨୯ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ତାଙ୍କୁ ୨୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ମା’ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ୧୨ ଜଣ ଯୁବକ ଏବଂ ୧୧ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥିସହ ୧୦ ଯୁବକଙ୍କୁ ଗିରଫ କରିଛି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.