ଭୁବନେଶ୍ଵର, ୧୫/୦୬ : ଜୁନ୍ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୋଦି ଓଡ଼ିଶା ଆସୁଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ହେଲିକପ୍ଟର ଯୋଗେ ପଶ୍ଚିମବଙ୍ଗ ଫେରିଯିବେ।

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସଫଳତା ଉତ୍ସବରେ ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ପ୍ରକାଶ ପାଇଛି। ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ମୋଦି ମୟୂରଭଞ୍ଜର ପାହାଡ଼ପୁର ହେଲିପ୍ୟାଡରେ ଅବତରଣ କରିବେ। ୧୧ଟା ୧୫ ରୁ ମଧ୍ୟାହ୍ନ ୧୨ଟା ୧୫ ମଧ୍ୟରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଯାଇ ପାହାଡ଼ପୁର ସ୍ଥିତ 'ଗୋସାଣୀ ପୀଠ' ପରିଦର୍ଶନ କରିବା ସହ ପାହାଡ଼ପୁରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇବେ। ମଧ୍ୟାହ୍ନ ୧୨ଟା ୪୫ରେ ପାହାଡ଼ପୁର ସ୍କୁଲରୁ ବାହାରି ହେଲିକପ୍ଟର ଯୋଗେ ମୟୂରଭଞ୍ଜର 'ଦାଣ୍ଡବୋଷ ହେଲିପ୍ୟାଡ'ରେ ପହଞ୍ଚିବେ। ଅପରାହ୍ନ ୧ଟା ରୁ ୨ଟା ମଧ୍ୟରେ ଦାଣ୍ଡବୋଷ ସ୍ଥିତ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅପରାହ୍ନ ୨ଟା ୧୫ରେ ଦାଣ୍ଡବୋଷ ହେଲିପ୍ୟାଡରୁ ହେଲିକପ୍ଟର ଯୋଗେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବେ।

ଆହୁରି ପଢନ୍ତୁ- ଗୋପାଳପୁର ଗଣଦୁଷ୍କର୍ମକୁ ବର୍ଷେ... ତଥାପି ଚେତୁନି ବ୍ରହ୍ମପୁର ପ୍ରଶାସନ, ଏବେ ବି ଅନ୍ଧାରରେ ବେଳାଭୂମି

ରଥ ଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି,ଅପରାଧ ମୁକ୍ତ ହେବ ପୁରୀ ସହର ..