ନୂଆଦିଲ୍ଲୀ,୦୨/୦୭: ବୁଧବାରଠୁ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଜୁଲାଇ ୯ ତାରିଖ ମଧ୍ୟରେ ୮ ଦିନରେ ୫ଟି ଦେଶ ଗସ୍ତ କରିବେ ମୋଦି। ଘାନା, ତ୍ରିନିଦାଦ ଓ ତୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମ୍ବିଆ ଗସ୍ତ କରିବେ। ମୋଦିଙ୍କ ଗସ୍ତ ଘାନାରୁ ଆରମ୍ଭ ହୋଇଛି । ୩୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଘାନା ଗସ୍ତ । ଗସ୍ତ ସମୟରେ ସାମରିକ, ବାଣିଜ୍ୟକୁ ନେଇ ଦ୍ବିପାକ୍ଷାକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏଥିସହ ସେ ବ୍ରାଜିଲରେ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଅଂଶଗ୍ରହଣ କରିବେ।
ଗସ୍ତର ପ୍ରଥମ ପର୍ଯ୍ୟାୟରେ, ପ୍ରଧାନମନ୍ତ୍ରୀ ମୋଦି ୨ ଦିନିଆ ଘାନା ଗସ୍ତ । ଏହା ପ୍ରଧାନମନ୍ତ୍ରୀଙ୍କ ଘାନାକୁ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଘାନାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ଦୃଢ଼ ପାରସ୍ପରିକ ସହଭାଗୀତା ସମୀକ୍ଷା କରାଯିବ। ଏହା ସହିତ ଅର୍ଥନୈତିକ, ଶକ୍ତି ଏବଂ ପ୍ରତିରକ୍ଷା ସହଯୋଗ ମାଧ୍ୟମରେ ସମ୍ପର୍କକୁ ସୁଦୃଢ଼ କରିବାର ସୁଯୋଗ ଉପରେ ମଧ୍ୟ ଆଲୋଚନା କରାଯିବ।
ସେହିପରି ଘାନା ଗସ୍ତ ପରେ, ପ୍ରଧାନମନ୍ତ୍ରୀ ମୋଦି ୩ରୁ ୪ ଜୁଲାଇ ପର୍ଯ୍ୟନ୍ତ ତ୍ରିନିଦାଦ ଏବଂ ଟୋବାଗୋକୁ ୨ ଦିନିଆ ଗସ୍ତରେ ଯିବେ। ୧୯୯୯ ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ତ୍ରିନିଦାଦ ଏବଂ ଟୋବାଗୋକୁ ପ୍ରଥମ ଗସ୍ତ ହେବ। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ତ୍ରିନିଦାଦ ଏବଂ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିସେସରଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦି କାରିବିଆନ ଦେଶର ସଂସଦର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବାର ସମ୍ଭାବନା ଅଛି।
ଗସ୍ତର ତୃତୀୟ ପର୍ଯ୍ୟାୟରେ, ପ୍ରଧାନମନ୍ତ୍ରୀ ମୋଦି ୪ ରୁ ୫ ଜୁଲାଇ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଗସ୍ତ କରିବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା,କୃଷି, ଖଣି, ତୈଳ ଏବଂ ଗ୍ୟାସ, ନବୀକରଣ ଶକ୍ତି,ବାଣିଜ୍ୟ ଏବଂ ନିବେଶ ଭଳି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗୀତାକୁ ଆହୁରି ବୃଦ୍ଧି କରିବା ପାଇଁ ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ବ୍ୟାପକ ଆଲୋଚନା କରିବେ। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିପାକ୍ଷିକ ଗସ୍ତ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ବହୁମୁଖୀ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ବ୍ରାଜିଲରେ ରହିବେ। ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଡା ସିଲଭାଙ୍କ ନିମନ୍ତ୍ରଣରେ ମୋଦି ସେଠାକୁ ଗସ୍ତ କରୁଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ୧୭ତମ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୫ ରୁ ୮ ଜୁଲାଇ ପର୍ଯ୍ୟନ୍ତ ବ୍ରାଜିଲରେ ରହିବେ।
ପ୍ରଧାନମନ୍ତ୍ରୀ ଭାବରେ ଏହା ମୋଦିଙ୍କ ଚତୁର୍ଥ ବ୍ରାଜିଲ ଗସ୍ତ ହେବ। ବ୍ରିକ୍ସ ନେତାମାନଙ୍କର ୧୭ତମ ଶିଖର ସମ୍ମିଳନୀ ରିଓ ଡି ଜେନେରିଓରେ ଅନୁଷ୍ଠିତ ହେଉଛି। ଶିଖର ସମ୍ମିଳନୀ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବାର ସମ୍ଭାବନା ଅଛି।ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଆଫ୍ରିକୀୟ ଦେଶ ନାମିବିଆ ମଧ୍ୟ ଗସ୍ତ କରିବେ। ଏହି ସମୟରେ ସେ ରାଷ୍ଟ୍ରପତି ନେତୁମ୍ବୋ ନନ୍ଦି ନଦାଇଟଙ୍କ ସହ ଦ୍ୱିପାକ୍ଷିକ ସ୍ତରୀୟ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦି ନାମିବିଆର ସଂସଦକୁ ମଧ୍ୟ ସମ୍ବୋଧିତ କରିବାର ସମ୍ଭାବନା ରହିଛି।