ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମଙ୍ଗଳବାର ଋଷ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ବ୍ରିକ୍ସ ସମ୍ମିଳନୀରେ ହେବେ ସାମିଲ

Published By : Tapas Panda | October 18, 2024 3:57 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ଗସ୍ତ କରିବେ । ଅକ୍ଟୋବର ୨୨ରୁ ୨୩ ଦୁଇ ଦିନ ଋଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବାକୁ ମୋଦୀ ଋଷ ଯାଉଛନ୍ତି । ଏଥିପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ତାଙ୍କୁ ଆମନ୍ତ୍ରଣ କରିଛନ୍ତି । ଏଥର ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିବ ଋଷ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଋଷ ଗସ୍ତ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

କଜାନରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀକୁ ନିମନ୍ତ୍ରିତ ଅତିଥିମାନଙ୍କ ସହ ମୋଦୀ ଦ୍ବିପାକ୍ଷିକ ଆଲୋଚନା କରିବେ । ଚଳିତବର୍ଷ ବ୍ରିକ୍ସ ସମ୍ମିଳନୀର ପ୍ରସଙ୍ଗ ‘ବୈଶ୍ବିକ ବିକାଶ ଏବଂ ସୁରକ୍ଷା ଲାଗି ବହୁପକ୍ଷବାଦକୁ ମଜଭୁତ କରିବ’ ରହିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ସମ୍ମିଳନୀ ନେତାମାନଙ୍କୁ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଏକ ଭଲ ମଞ୍ଚ ପ୍ରଦାନ କରିବ । 

ସେପଟେ ଏହି ସମ୍ମିଳନୀରେ ଆରମ୍ଭ ହୋଇଥିବା କାର୍ଯ୍ୟଗୁଡ଼ିକର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବ । ସବୁ ସଦସ୍ୟ ରାଷ୍ଟ୍ରର ମୁଖ୍ୟ ବ୍ରିକ୍ସ ସମ୍ମିଳନୀରେ ଉପସ୍ଥିତ ରହିବେ । ବ୍ରିକ୍ସ ସମ୍ମିଳନୀ ବ୍ୟତୀତ ସେଠାରେ ଉପସ୍ଥିତି ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ମୋଦୀ ସାକ୍ଷାତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.