ଭୁବନେଶ୍ବର, ୩୧।୫ : ମନ କି ବାତରେ ବେଲ ପଣାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଖରାଦିନରେ ବିଶେଷ କରି ଗ୍ରୀଷ୍ମପ୍ରବାହ ରେ ପେଟ ଥଣ୍ଡା ରଖେ ବେଲ। ଶରୀର ର ଜଳୀୟ ଅଂଶକୁ ରଖିବାରେ ସାହାଯ୍ୟ କରେ । ଓଡିଶାରେ ପଣାସଂକ୍ରାନ୍ତିରୁ ଏହାର ଚାହିଦା ବଢିଥାଏ । ତେଣୁ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ବେଲ ପଣା ର ପ୍ରଶଂସା କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ବେଲ ପଣା ବ୍ୟବସାୟୀ ।

ଏହି ପଣା ଏକ ମାତ୍ର ପଣା ଯେଉଁଥିରେ କୌଣସି କେମିକାଲ କି ଅପମିଶ୍ରଣ ହୁଏ ନାହିଁ । ସଂଗେ ସଂଗେ ବେଳକୁ ଫଟେଇ ପଣା ପ୍ରସ୍ତୁତ କରାଯାଏ । କିଏ ଖାଲି ବେଳ ପଣା ପିଅନ୍ତି ତ ଆଉ କିଏ ଏହାକୁ ଆହୁରି ସୁଆଦିଆ କରିବା ପାଇଁ ଛେନା ,ନଡ଼ିଆ ଓ କଦଳୀ ମଧ୍ୟ ମିଶାଇ ପଣା କରନ୍ତି।ଦେହ ପାଇଁ ଏହାର ଉପକାରିତା ବେଶ ଅଧିକ ରହିଛି। ଗ୍ରାହକ ମଧ୍ୟ ଖୁସିରେ ବେଳପଣା ପିଉଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ବେଳ ପଣାର ପ୍ରଶଂସା ଦ୍ୱାରା ବେପାର ଆହୁରି ଭଲ ହେବ ବୋଲି ବେଳପଣା ଦୋକାନୀ କହିଛନ୍ତି ।

ଆହୁରି ପଢନ୍ତୁ : ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ଆଇପିଏସ୍ ଅନନ୍ୟା ଅୱସ୍ତି