ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବନ୍ଧକ ସଙ୍କଟ ଭିତରେ ବେଲୁଚିସ୍ତାନରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍, BLA କହିଲା-ପାକିସ୍ତାନ ସେନାର ମିଛ ଧରାପଡିଛି

Published By : Harapriya Biswal | March 13, 2025 7:36 PM

ନୂଆଦିଲ୍ଲୀ,୧୩।୩: ପାକିସ୍ତାନର ବେଲୁଚିସ୍ତାନରେ ହାଇଜାକ୍ ହୋଇଥିବା ଜାଫର ଏକ୍ସପ୍ରେସ୍‌କୁ ନେଇ ସସ୍‌ପେନ୍ସ ଜାରି ରହିଛି। ପାକିସ୍ତାନୀ ସେନାର ଦାବି ଅନୁସାରେ, ସେ ରେସକ୍ୟୁ ଅପରେସନ୍ ଶେଷ କରିଛି। ତେବେ ବଲୁଚ ଲିବରେସନ୍ ଆର୍ମି(ବିଏଲଏ)ର କହିବା ଅନୁସାରେ, ISPR ଦାବି ସମ୍ପୂର୍ଣ୍ଣ ଭାବରେ ମିଥ୍ୟ। ପାକିସ୍ତାନର ନିଜର ପରାଜୟକୁ ଲୁଚାଇବାର ଚେଷ୍ଟା କରୁଛି। ଏହା ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଗୁରୁବାର ବେଲୁଚିସ୍ତାନ ଗସ୍ତରେ ପହଁଞ୍ଚିଛନ୍ତି। ସେଠାରେ ସେ ଆଇନ ବ୍ୟବସ୍ଥା ସ୍ଥିତି ନେଇ ସମୀକ୍ଷା କରିଥିଲେ।

ଶେହବାଜଙ୍କ ସହ ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର, ସଂଘୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାର, ସଙ୍ଗୀୟ ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲ, ସଂଘୀୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ମନ୍ତ୍ରୀ ନଭାବଜାଦାମୀର ଖାଲିଦ ମଗସି ଓ ଅନ୍ୟମାନେ ମଧ୍ୟ ବେଲୁଚିସ୍ତାନରେ ପହଁଞ୍ଚିଛନ୍ତି। 

ପାକିସ୍ତାନ ପ୍ରଧାନମନ୍ତ୍ରୀ ବେଲୁଚିସ୍ତାନ ଗସ୍ତ ଭିତରେ ବଲୁଚ ଲିବରେସନ୍ ଆର୍ମୀ ବୟାନ ଜାରି କରିଛି। ବିଏଲଏ କହିଛି, ISPR ଦାବି ସମ୍ପୂର୍ଣ୍ଣ ଭାବରେ ମିଛ। ପାକିସ୍ତାନ ନିଜର ପରାଜୟକୁ ଲୁଚାଇବାକୁ ଚେଷ୍ଟା କରୁଛି। ସତ କଥା ଏହା ଯେ, ବିଭିନ୍ନ ମୋର୍ଚ୍ଚାରେ ଲଢେଇ ଜାରି ରହିଛି ଓ ଶତ୍ରୁ ପକ୍ଷର ପ୍ରବଳ କ୍ଷତି ହୋଇଛି। ପାକ୍ ସେନା ଯୁଦ୍ଧ ମୈଦାନରେ ବିଜୟ ହାସଲ କରିପାରିନି ନା ବନ୍ଧକ ଥିବା ନିଜର କର୍ମଚାରୀଙ୍କୁ ବଞ୍ଚାଇବାରେ ସଫଳ ହୋଇପାରିଛି। ଆଉ ଯେଉଁମାନଙ୍କୁ ମୁକ୍ତ କରିଥିବା ନେଇ ପାକିସ୍ତାନ ଦାବୀ କରୁଛି, ତାଙ୍କୁ ଆମେ ଯୁଦ୍ଧର ନୈତିକତା ଓ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ମୁକ୍ତ କରିଛୁ। ବାକି ବନ୍ଧକଙ୍କୁ ମୁକ୍ତ ନକରି ପାକିସ୍ତାନ ସେନା ଓ ସରକାର ନିଜର ପ୍ରଚାର କରୁଛନ୍ତି। ଉଲ୍ଳେଖନୀୟ ଯେ, ପାକିସ୍ତାନ ସେନା ପକ୍ଷରୁ ଦାବୀ କରାଯାଇଥିଲା ସେ ଜାଫର ଏକ୍ସପ୍ରେସରୁ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିଛି। ଏହା ସହ ବିଏଲଏର ଆର୍ମିର ୩୩ ଜଣଙ୍କୁ ସେ ମାରିବାରେ ସଫଳ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.