ଭୁବନେଶ୍ୱର,୨୭/୦୧: ମଙ୍ଗଳବାରଠୁ ୨ ଦିନ ବ୍ୟାପି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି  ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ । ଚଳିତ ଥର କାର୍ଯ୍ୟକ୍ରମରେ ପାରମ୍ପରିକ କ୍ଷେତ୍ର ବାଦ  ସମ୍ଭାବ୍ୟ ତଥା ନୂତନ କ୍ଷେତ୍ରଗୁଡିକ ଉପରେ ରାଜ୍ୟ  ସରକାର ଫୋକସ କରିଛନ୍ତି । 

ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮  ତାରିଖ ପୂର୍ବାହ୍ନରେ ଉଦ୍‌ଘାଟନ କରିବେ । ଏହି  ଅବସରରେ କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ  ଓରାମ, ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହିବେ ।  କାର୍ଯ୍ୟକ୍ରମରେ ୭୫୦୦ରୁ ଊଦ୍ଧ୍ୱର୍ ଶିଳ୍ପ କ୍ଷେତ୍ରର  ପ୍ରତିନିଧି, ୧୦୦ରୁ ଊଦ୍ଧ୍ୱର୍ ଅନ୍ତର୍ଜାତୀୟ ପ୍ରତିନିଧି  ଯୋଗ ଦେବେ । ସେହିଭଳି ୨୦ ଦେଶର  କୁଟନୀତିଜ୍ଞ ମାନେ କାର୍ଯ୍ୟକ୍ରମରେ ସାମିଲ ହେବେ । ସହଯୋଗୀ ଦେଶ ଭାବେ ସିଙ୍ଗାପୁର,  ଅଷ୍ଟ୍ରେଲିଆ ଏବଂ ମାଲେସିଆ ଆଲୋଚନା ଏବଂ  ସହଯୋଗିତା ବୃଦ୍ଧି ଦିଗରେ କାର୍ଯ୍ୟ କରିବେ ।  

ଏହାବାଦ ଭିଏତନାମ, ଜିମ୍ବାୱେ, କାଜାଖସ୍ତାନ,  ଭେନେଜୁଏଲା, ୟୁକେ, ୟୁଏସ୍‌ଏ, ନେପାଳ ଭଳି  ଦେଶଗୁଡିକ ଏଥିରେ ପ୍ରତିନିଧିତ୍ୱ କରିବେ। ଲକ୍ଷ୍ମୀ  ମିତ୍ତଲ, କୁମାର ମଙ୍ଗଳମ ବିର୍ଲା, ଅନିଲ ଅଗ୍ରୱାଲ,  ସଜନ ଜିନ୍ଦଲ, କରନ ଆଦାନିଙ୍କ ଭଳି ଶିଳ୍ପ ଲିଡର  ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଷ୍ଟାର୍ଟଅପ୍‌ ଓଡ଼ିଶା, ସ୍କିଲ ଇନ୍‌ ଓଡ଼ିଶା, ସୁଭଦ୍ରା  ଦ୍ୱାରା ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକତା, ସିଇଓ  ରାଉଣ୍ଡଟେବୁଲ, ମହିଳା ନେତୃତ୍ୱ ରାଉଣ୍ଡଟେବୁଲ,  ଏଡିଟର୍ସ ରାଉଣ୍ଡଟେବୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ । ଏଠାରେ ୧୫୦ ପ୍ରଦର୍ଶନକାରୀ  ସେମାନଙ୍କଉତ୍ପାଦ ଏବଂ ସମାଧାନକୁ ପ୍ରଦର୍ଶିତ  କରିବେ । ଏହି ଏକ୍ସପୋ ୩୦ ଜାନୁଆରିରେ  ସାଧାରଣ ଲୋକଙ୍କ ଲାଗି ଖୋଲା ରହିବ । ଓଡ଼ିଶା  ଡ୍ୟାନ୍ସ ଏକାଡେମି ପକ୍ଷରୁ ଓଡ଼ିଶାର ସମୃଦ୍ଧ  ସାଂସ୍କୃତିକ କଳାକୁ ପ୍ରଦର୍ଶନ କରିବେ ନୃତ୍ୟଶିଳ୍ପୀ । 

ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ କାର୍ଯ୍ୟକ୍ରମରେ ୧୦୦  ଏମ୍‌ଓୟୁ ୫ ଲକ୍ଷ କୋଟିର ନିବେଶ ଆକୃଷ୍ଟ  କରିବା ଲକ୍ଷ୍ୟ ରଖିଛି । ନୂଆ ସରକାର ଶିଳ୍ପ  ଗୁଡିକର କାର୍ଯ୍ୟାନ୍ୱୟନକୁ ଏବେ ଗୁରୁତ୍ୱ  ଦେଉଛନ୍ତି । ଏହି ଆଧାରରେ ଚୌହ୍ୱାରରେ  ୱେଲସ୍ପନ ୟୁନିଟ ଶୀଘ୍ର କାର୍ଯ୍ୟକ୍ଷମ କରିବା  ଦିଗରେ କାର୍ଯ୍ୟକ୍ଷମ ହେଉଛି । ସେହିଭଳି  କେନ୍ଦୁଝରେ ପୋେସ୍କୋର ସ୍ଥାପନା ଏବଂ  ରାଜ୍ୟରେ ଜେଏସ୍‌ଡବ୍ଲ୍ୟୁର ୟୁନିଟ କାର୍ଯ୍ୟ  ଆଗକୁ ବଢ଼ାଇବା ଦିଗରେ ପ୍ରୟାସ ହୋଇଛି ।