ଭୁବନେଶ୍ବର,୨୮/୫ : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲି।
ଆଗାମୀ ଜୁନ ମାସରେ ରାଜ୍ୟ ସରକାରଙ୍କୁ ୨ବର୍ଷ ପୂରିବ । ଏହି ଉତ୍ସବରେ ସେ ଯୋଗଦେବେ ବୋଲି ଗ୍ରୀନ୍ ସିଗନାଲ୍ ମିଳିଛି । ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛୁ । ପ୍ରକାଶ ଯେ, ଆସନ୍ତା ଜୁନ୍ ୧୨ତାରିଖରେ ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି ପାଳନ କରିବ ।