ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ପି.ଏନ.ବି ତରଫରୁ ନିଷ୍ଠା ପରିବାରକୁ ଆମ୍ବୁଲାନ୍ସ ପ୍ରଦାନ, ରକ୍ତଦାନ ଶିବିରରୁ ୩୦ୟୁନିଟ ରକ୍ତ ସଂଗୃହୀତ

Published By : Harapriya Sethi | June 8, 2025 1:39 PM

ବରଗଡ଼,୦୮୦୬: ବରଗଡ଼ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଟଲି ଶାଖାରେ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା। ଉଭୟକୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ ଡି. ମୁରଲୀ କ୍ରିଷ୍ଣା, ପିଏନବିର ଭୁବନେଶ୍ୱର ଜୋନାଲ ମୁଖ୍ୟ କ୍ଷେତ୍ରବାସୀ ମିଶ୍ର, ସମ୍ବଲପୁର ସର୍କଲ ମୁଖ୍ୟ ଅଜିତ ମେହେର, ବରଗଡ଼ ଶାଖା ମୁଖ୍ୟ ଆର୍ଯ୍ୟଚରଣ ଦାଶ, ବରଗଡ଼ ବଜାର ଶାଖା ମୁଖ୍ୟ କ୍ଷୀରେଶ୍ୱର ସୁଇ, ଭଟଲି ଛକ ଶାଖା ମୁଖ୍ୟ ସୁଶୀଲ କୁମାର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଆମ୍ବୁଲାନ୍ସ ଓ ରକ୍ତ ଦାନ ଶିବିର ର ଶୁଭାରମ୍ଭ କରିଥିଲେ। 

ଏହି ଶିବିରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଧିକାରୀ ମାନେ ରକ୍ତ ଦାନ କରିଥିଲେ । ସର୍କଲ ମୁଖ୍ୟ ଅଜିତ ମେହେର, ଚିଫ ମ୍ୟାନେଜର ରୁପେଶ ସାହୁ, ମ୍ୟାନେଜର ରବି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ନିଷ୍ଠା ପରିବାରକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। 

ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଅଭାବ ଥିବା ବେଳେ ଏଭଳି ଏକ ନିଆରା ପ୍ରୟାସ ପାଇଁ ବୁଦ୍ଧିଜୀବୀ ମାନେ ବ୍ୟାଙ୍କ କର୍ମଚାରୀମାନଙ୍କୁ ବେଶ ପ୍ରଶଂସା କରିଥଲେ। ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନିଷ୍ଠା ପରିବାରକୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ବିନା ଲାଭ କ୍ଷତିରେ ଚଳାଇବା ପାଇଁ ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଘୋଷଣା କରିବା ସହିତ ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ଏବଂ ବ୍ୟାଙ୍କର କର୍ମଚାରୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଷ୍ଠା ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.