ନୂଆଦିଲ୍ଲୀ,୦୯/୦୬; ହିଂସା ଏବଂ ଆଶନ୍ତିରେ ପାକ୍ ଅଧିକୃତ କାଶ୍ମୀର ଜଳୁଛି । ପୁଲିସ୍ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୪ ପୁଲିସ୍ ସମେତ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ୭୦ରୁ ଅଧିକ ଆହତ ହୋଇଛନ୍ତି । ଏକ ସକ୍ରିୟ ନାଗରିକ ସଂଗଠନ, ଜଏଣ୍ଟ ଆୱାମୀ ଆକ୍ସନ କମିଟି (JAAC) ଉପରେ ସରକାରଙ୍କ ପ୍ରତିବନ୍ଧକ ଲଗାଇବା ପରେ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ରାୱାଲକୋଟରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ସଂଘର୍ଷରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୩୦ ଜଣଙ୍କୁ ଗିରଫ କରାଯାଇଛି । ଆଜି ବନ୍ଦ ଡାକରା ଦିଆଯାଇଛି ।

କାହିଁକି ହିଂସା- ପିଓକରେ ଜେଏଏସି ଓ ସରକାରଙ୍କ ମଧ୍ୟରେ ବିଧାନସଭାର ୧୧ ସଂରକ୍ଷିତ ଆସନକୁ ନେଇ କିଛି ଦିନ ହେଲା ବିବାଦ ଲାଗି ରହିଛି । ଜମ୍ମୁ କାଶ୍ମୀରରୁ ଆସି ପାକିସ୍ତାନର ବିଭିନ୍ନ ସ୍ଥାନରେ ରହୁଥିବା ଲୋକମାନଙ୍କ ଲାଗି ଏହି ଆସନ ସଂରକ୍ଷିତ ରହିଛି । କିନ୍ତୁ ଜେଏଏସି ଉକ୍ତ ସଂରକ୍ଷିଣକୁ ରଦ୍ଦ କରିବା ଲାଗି ଦାବି କରିଆସୁଛି । ପିଓକେ ସରକାର ଗତ ଜୁନ୍ ୫ ତାରିଖରେ ଜେଏଏସିକୁ ନିଷିଦ୍ଧ ଘୋଷଣା କରିଥିଲେ । ପ୍ରଶାସନ କହିବାନୁଯାୟୀ ଜେଏଏସି ୩୮ ଦାବି ରଖିଥିଲା । ତାର ଅଧିକାଂଶ ଦାବି ପୂରଣ ହୋଇ ସାରିଛି । ତଥାପି ସଂଗଠନର ସଦସ୍ୟମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । JAAC ସଂଗଠନ ମୁଦ୍ରାସ୍ଫୀତି, ବିଦ୍ୟୁତ୍ ଅଭାବ, ବେକାରୀ, ଦୁର୍ବଳ ପ୍ରଶାସନିକ ବ୍ୟବସ୍ଥା ଏବଂ ଅଞ୍ଚଳ ପ୍ରତି ରାଜନୈତିକ ଅବହେଳା ଭଳି ପ୍ରସଙ୍ଗ ଉଠାଇଛି। ଗତ ଦୁଇ ବର୍ଷ ମଧ୍ୟରେ JAAC ବୃଦ୍ଧି ପାଉଥିବା ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରିଛି ।

ଏହା ବି ପଢନ୍ତୁ...Trump Warning: "ଇରାନ ଉପରେ ଆକ୍ରମଣ କଲେ ଖୁବଶୀଘ୍ର ଏକା ହୋଇଯିବ..." ନେତନ୍ୟାହୁଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ !

ସେପଟେ ପିଓକେରେ ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ଲଂଣ୍ଡନରେ ବିରୋଧ ପ୍ରଦର୍ଶନ ହୋଇଛି ।ବ୍ରିଟେନରେ ରହୁଥିବା କାଶ୍ମୀର ସମ୍ପ୍ରଦାୟ ଏବଂ ମାନବାଧିକାର କର୍ମୀମାନେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଦମନମୂଳକ ନୀତି ବିରୋଧରେ ଏକ ଦୃଢ଼ ପ୍ରତିବାଦ କରିଛନ୍ତି । ଲଣ୍ଡନରେ ପାକିସ୍ତାନ ହାଇକମିଶନ ବାହାରେ ଶହ ଶହ ଲୋକ ଏକାଠି ହୋଇଥିଲେ ଏବଂ ଏହି ଅଞ୍ଚଳରେ ମାନବାଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ପାକିସ୍ତାନ ସରକାର ଏବଂ ସାମରିକ ବାହିନୀ ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି । ପାକିସ୍ତାନୀ ସେନା ଫେରିଯାଅ, ଆମେ ଆମର ସ୍ୱାଧୀନତା ଛଡାଇ ନେବୁ, ଭଳି ସ୍ଲୋଗାନ ଦିଆଯାଇଛି । ପ୍ରଦର୍ଶନକାରୀମାନେ ଅଭିଯୋଗ କରିଛନ୍ତି କି, ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ପ୍ରତିବାଦକୁ ବଳପୂର୍ବକ ଦମନ କରାଯାଇଛି । ପିଓକେରେ ସାଧାରଣ ନାଗରିକଙ୍କ ହତ୍ୟା ଭେଂ ଗଣ ଗିରଫଦାରୀ ଘଟୁଛି । ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ଲୋକଙ୍କ ଗଣତାନ୍ତ୍ରିକ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରାଯାଉଛି । ଲଣ୍ଡନ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ରିଟିଶ ସହରଗୁଡ଼ିକରେ ଥିବା ପାକିସ୍ତାନୀ କୂଟନୈତିକ ମିଶନ ବାହାରେ ସମାନ ପ୍ରତିବାଦ ପ୍ରଦର୍ଶନ ହୋଇଛି ।

ଏହା ବି ପଢନ୍ତୁ...H-1B: ଟ୍ରମ୍ପଙ୍କୁ ଝଟ୍କା, ଭାରତୀୟଙ୍କୁ ଅଶ୍ୱସ୍ତି ; H-1B ଭିସା ଉପରେ ୧ ଲକ୍ଷ ଡଲାର ଫି ଆଦାୟ ନିଷ୍ପତ୍ତିକୁ ରଦ୍ଦ କଲେ ୟଏସ୍ କୋର୍ଟ