ନୂଆଦିଲ୍ଲୀ,୦୭/୦୮: ପୋଲାଣ୍ଡରେ ଆୟୋଜିତ ଆଥଲେଟିକ୍ସ ମିଟ୍‌ରେ ଭାରତର ମହିଳା ଜାଭେଲିନ ତାରକା ଅନୁ ରାଣୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ନିଜର ଦ୍ୱିତୀୟ ପ୍ରୟାସରେ ସିଜନର ଶ୍ରେଷ୍ଠ  ପ୍ରଦର୍ଶନ ୬୨.୫୯ମିଟର ଦୂର ଜାଭେଲିନ ଫିଙ୍ଗି  ସ୍ୱର୍ଣ୍ଣ ପଦକ ପକ୍କା କରି ଦେଇଥିଲେ । ତାଙ୍କର ପ୍ରଥମ  ପ୍ରୟୋସ ୬୦.୨୯ମିଟର ରହିଥିଲା । ସେହିପରି ଷଷ୍ଠ  ତଥା ଅନ୍ତିମ ଥ୍ରୋରେ ମଧ୍ୟ ସେ ୬୦ମିଟର (୬୦.୦୭)  ଅତିକ୍ରମ କରିଥିଲେ । ତାଙ୍କ ନାମରେ ପୂର୍ବରୁ ଜାତୀୟ  ରେକର୍ଡ଼ ରହିଛି । ୨୦୨୨ରେ ସେ ୬୩.୮୨ମିଟର  ସହ ଜାତୀୟ ରେକର୍ଡ଼ ସ୍ଥାପନ କରିଥିଲେ । ଯାହାକି  ଏପର୍ଯ୍ୟନ୍ତ ଅତୁଟ ରହିଛି ।

 ଅନୁ ପୋଲାଣ୍ଡରୁ  ସ୍ୱଦେଶ ଫେରିବା ପରେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ବିଶ୍ୱ ଆଥଲେଟିକ୍ସ  କଣ୍ଟିନେଣ୍ଟାଲ ଟୁର ମିଟ୍‌ରେ ଭାଗ ନେବେ । ଏହି  ମିଟ ଆସନ୍ତା ୧୦ ତାରିଖରେ କଳିଙ୍ଗ ଷ୍ଟାଡିୟମରେ  ଆୟୋଜିତ ହେବ । କଳିଙ୍ଗରେ ସେ ଟୋକିଓ ବିଶ୍ୱ ଚାମ୍ପିଅନସିପ୍‌ ଟିକେଟ୍‌ ହାସଲ କରିବା ନେଇ  ଆଶାବାଦୀ ରହିଛନ୍ତି। ଆଗାମୀ ବିଶ୍ୱ ଚାମ୍ପିଅନସିପ୍‌  ପାଇଁ ଯୋଗ୍ୟତା ମାନଦଣ୍ଡ ୬୪ମିଟର ରହିଛି।