ସୋର,୨୪/୦୩: ବାଲି ଗାଡ଼ି କାଗଜପତ୍ର ଯାଞ୍ଚ ସମୟରେ ସୋର ତହସିଲଦାରଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ନେଇ ଅଭିଯୋଗ ମାମଲା। ୨ ବାଲି ମାଫିଆଙ୍କୁ ବାନ୍ଧିଲା ପୁଲିସ। ଲୋଡ଼ର,ହାଇଓ୍ବା ସହ ଟ୍ରକ୍ ଜବତ। ଅନନ୍ତପୁର ଥାନା ପୁଲିସର ତନାଘନା ।
ସୂଚନା ଅନୁସାରେ ସୋମବାର ଅପରାହ୍ଣରେ ସୋର ତହସିଲଦାର ଚିନ୍ମୟ ରାଉତ ଓ ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ଅନନ୍ତପୁରରୁ ସୋର ଅଭିମୁଖେ ଫେରୁଥିବା ବେଳେ ଅଇଁରୀ ଛକ ନିକଟରେ ଓଡି୨୨ସି-୩୬୬୨ ନଂ ବିଶିଷ୍ଟ ଏକ ବେଆଇନ ବାଲି ବୋଝେଇ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲେ । କାଗଜପତ୍ର ଦେଖାଇବା ପରିବର୍ତ୍ତେ ଗାଡ଼ିର ଚାଳକ ଓ ତାଙ୍କର ସହଯୋଗୀ ତହସିଲଦାରଙ୍କୁ ଆକ୍ରମଣ କରିବା ସହ ଜରୁରି କାଗଜପତ୍ର ଛଡ଼ାଇ ଫେରାର ହୋଇଯାଇଥିଲେ । ଖବର ପାଇ ଅନନ୍ତପୁର ଥାନା ପୁଲିସ ଘଟଣା ସ୍ଥଳରୁ ଗାଡ଼ିକୁ ଜବତ କରିବା ପରେ ମଧ୍ୟ ବାଲି ମାଫିଆ ଜୋର ଜବରଦସ୍ତ ଗାଡ଼ି ବାଲି ଅଧା ଅନଲୋଡ କରିଦେଇଥିଲେ । ଏ ବାବଦରେ ତହସିଲଦାର ଅନନ୍ତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରିବା ସହ ଦୁଇ ବାଲି ମାଫିଆଙ୍କୁ ଛି ପୁଲିସ ଗିରଫ କରିଛି।
ଅଧିକ ପଢ଼ନ୍ତୁ :- ପୁଅର ଖଣ୍ଡା ଚୋଟରେ ବାପା ଗୁରୁତର, ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ଉଦ୍ୟମ