ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଥାନା କାମ ଛାଡ଼ି ବାଲି ଗାଡି ପଛରେ ପୋଲିସ, ଧମକ ଚମକ ଦେଇ ଆଦାୟ କରୁଛନ୍ତି ଟଙ୍କା

Published By : Rasmita Pradhan | April 16, 2025 2:54 PM

ଭୁବନେଶ୍ୱର,୧୬/୦୪ : ସବୁ କାମ ଧନ୍ଦା ଛାଡ଼ି ରାଜ୍ୟ ପୁଲିସ୍‌ ଏବେ ବାଲି ଗାଡ଼ି ପଛରେ ପଡ଼ିଛି। ଟ୍ରାକ୍ଟର ଠାରୁ ଆରମ୍ଭ କରି ହାଇୱା ପର୍ଯ୍ୟନ୍ତ ସବୁ ଗୋଡ଼ାଇ ଧରୁଛି । ପୁଲିସ୍‌ ଥାନା କାମ ଛାଡ଼ି ବାଲି ଗାଡ଼ି ଧରିବା ଦିଗରେ ଅଧିକ ପ୍ରାଧାନ୍ୟ ଦେଉଛି । ଯେଉଁଥିପାଇଁ ରାଜ୍ୟରେ ଚୋରି, ଲୁଟ୍‌, ଡକାୟତି, ହତ୍ୟା ଓ ବଳାତ୍କାର ଭଳି ଘଟଣା ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି । 

ବାଲି ମାଫିଆମାନେ ରାଜ୍ୟରୁ ବେଆଇନ୍‌ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ । ବାଲି ଖାଦାନ ପରିଚାଳନା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ବା ଏସ୍‌ଓପି ଜାରିକଲେ । ଲଘୁ ଖଣିଜ ନିର୍ଦ୍ଦେଶାଳୟ ପକ୍ଷରୁ ଏସ୍‌ଓପି ଜାରି ମଧ୍ୟ ହେଲା । ସେହି ଅନୁଯାୟୀ ବାଲି ପରିଚାଳନା ପାଇଁ ପ୍ରତି ଜିଲ୍ଲାରେ କମିଟି ଗଠନର ବ୍ୟବସ୍ଥା ରହିଲା । ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ । କେଉଁ ଖାଦାନରୁ ବାଲି ଉତ୍ତୋଳନ ହେବ, ତାହା ଚୟନ କରିବ ଏହି କମିଟି । ଏଥିରେ ସଦସ୍ୟ ଭାବେ ଉପଜିଲ୍ଲାପାଳ, ଏସ୍‌ପି/ଡିସିପି, ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫଓ), ଜିଲ୍ଲା ଉନ୍ନୟନ ଅଧିକାରୀ, ରାଜସ୍ୱ ବିଭାଗ ଏଡିଏମ୍‌, ଜିଲ୍ଲା ଖଣି ଅଧିକାରୀ ରହିବେ ବୋଲି ନିଷ୍ପତ୍ତି ହେଲା । ୨ ଜଣ ବିଡିଓ ଏବଂ ୨ ଜଣ ତହସିଲଦାର ମଧ୍ୟ ସଦସ୍ୟ ରହିବେ ଯେଉଁମାନଙ୍କୁ ଜିଲ୍ଲାପାଳ ମନୋନୀତ କରିବେ । ଏହି କମିଟିର ଆବାହକ ରହିବେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ । ଏହି ପରିପ୍ରେକ୍ଷୀରେ ଡିଜିପି ୱାଇ.ବି ଖୁରାନିଆ ଚୋରା ବାଲି ଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଳା ଏସ୍‌ପିମାନଙ୍କୁ କହିଲେ । ଡିଜିପିଙ୍କ ଠାରୁ ଏଭଳି ନିର୍ଦ୍ଦେଶ ଆସିବା ପରେ ଚାତଳ ଭଳି ଚାହିଁ ରହିଥିବା ଥାନା ଗୁଡିକ ସବୁ କାମ ଭୁଲି ରାତିଦିନ ବାଲି ଗାଡ଼ି ଗୋଡ଼ାଇ ଗୋଡ଼ାଇ ଧରିଲେ । ବେଆଇନ ଭାବେ ଚାଲାଣ କରୁଥିବା ଗାଡ଼ି ସାଙ୍ଗକୁ ଲିଜ୍‌ଧାରୀଙ୍କ ଗାଡ଼ିକୁ ମଧ୍ୟ ପୁଲିସ୍‌ ଧରିଲା । 

ସ୍ଥିତି ଏମିତି ହେଲା ପୁଲିସ୍‌ ଭୟରେ ଲିଜ୍‌ଧାରୀମାନେ ବାଲି ଘାଟକୁ ଯିବାକୁ ଡରିଲେ । ପୁଲିସ୍‌ର ମୁଖ୍ୟ କାମ ହେଉଛି ଅପରାଧ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବ । ହେଲେ ପୁଲିସ୍‌ ସବୁ ଭୁଲି ଅପରାଧ ଓ ଆଇନଶୃଙ୍ଖଳାକୁ ବାଲି ଗାଡ଼ି ଭାବି କାମରେ ଲାଗି ପଡ଼ିଛି । ରାସ୍ତାରେ ଯେଉଁ ଗାଡ଼ି ଦେଖିଲା ପୁଲିସ୍‌ ତାକୁ ଅଟକାଇ ଥାନାକୁ ନେଲା । ରାସ୍ତାରେ ଯଦି ପୁଲିସ୍‌ ସହ ବାଲି ଗାଡ଼ି ଚାଳକ ସେଟେଲ୍‌ମେଣ୍ଟ ନ କଲେ ତା’ହେଲେ ବେଳା ଖରାପ । ପୁଲିସ୍‌ ମାମଲା ରୁଜୁ କରି ଗାଡ଼ି ଜବତ କରିଦିଏ । ଗାଡି ମାଲିକକୁ ଥାନାରୁ ଗାଡି ରିଲିଜ୍‌ କରିବାକୁ ମାସ ମାସ ଲାଗିଯାଏ । କୋର୍ଟରୁ ରିଜିଲ୍‌ ଅର୍ଡର ନେଇ ଥାନାରୁ ପହଞ୍ଚିଲା ବେଳକୁ ଥାନା ଆଗରେ ଥୁଆ ହୋଇଥିବା ଗାଡ଼ିରୁ ବ୍ୟାଟେରୀ ଗାଏବ ହୋଇଯାଇଥାଏ । ପୁଲିସ୍‌ର ଏଭଳି କାର୍ଯ୍ୟ ପାଇଁ ସାଧାରଣ ଲୋକ ଅଧିକ ସମସ୍ୟାରେ ପଡୁଛନ୍ତି । ୧୨ରୁ ୧୫ ହଜାର ଟଙ୍କାରେ ମିଳୁଥିବା ବାଲି ଗାଡ଼ି ଏବେ ୨୦ ହଜାର ପାର ହୋଇଯାଇଛି । ଖାଲି ପୁଲିସ୍‌ ନୁହେଁ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଖଣି ଅଧିକାରୀମାନେ ଚେକିଂ ନାଁରେ ନାହିଁ ନଥିବା ସମସ୍ୟାରେ ପକାଉଛନ୍ତି । ଲୋକମାନେ ଘର ପାଇଁ ଏବେ ବାଲି କିଣିବାକୁ ଡରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.