ଭୁବନେଶ୍ୱର ୧୫/୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ମ୍ୟାଥମେଟିକ୍ସ ଇନ୍‌ ମେସିନ୍‌ ଲର୍ଣ୍ଣିଂ (ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୫) କର୍ମଶାଳା ସୋମବାର ଆରମ୍ଭ ହୋଇଛି । ଆଇଟିଇଆର୍‌ର ମ୍ୟାଥମେଟିକ୍ସ ବିଭାଗ ପକ୍ଷରୁ ଆୟୋଜିତ ଏହି ୫ ଦିନିଆ କର୍ମଶାଳା ଜୁଲାଇ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । 

କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଡଭାନ୍ସିଂ ମେସିନ୍‌ ଲର୍ଣ୍ଣିଂ ଟେକ୍ନୋଲଜିରେ ମ୍ୟାଥମେଟିକ୍ସର ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। 

କାର୍ଯ୍ୟକ୍ରମରେ ଏକ୍ସଆଇଏମ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ସ୍ୱରୂପ ଚଟ୍ଟୋପାଧ୍ୟାୟ, ସୋଆର କଂଟ୍ରୋଲର ଅଫ୍‌ ଏଗ୍‌ଜାମିନେସନ୍‌ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆରର ଡିନ୍‌ ପ୍ରଫେସର ପ୍ରଦୀପ କୁମାର ସାହୁ,କର୍ମଶାଳାର ଅର୍ଗାନାଇଜିଂ ଚେୟାର ତଥା ମ୍ୟାଥମେଟିକ୍ସ ବିଭାଗର ମୁଖ୍ୟ ପ୍ରଫେସର ସୁନିତା ଚାନ୍ଦ, ଆବାହକ ଡକ୍ଟର ପିନାକୀ ପ୍ରସାଦ କର ଏବଂ ସହ-ଆବାହକ ଡକ୍ଟର ହୃଷିକେଶ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। 

ପ୍ରଫେସର ସ୍ୱରୂପ ଚଟ୍ଟୋପାଧ୍ୟାୟ ନିଜ ବକ୍ତବ୍ୟରେ ମେସିନ୍‌ ଲର୍ଣ୍ଣିଂ କାର୍ଯ୍ୟରେ ମ୍ୟାଥମେଟିକାଲ୍‌ ଟେକ୍ନିକ୍‌ର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପାଂଚ ଦିନିଆ କାର୍ଯ୍ୟକ୍ରମରେ ଏନଆଇଟି ଦୁର୍ଗାପୁରର ପ୍ରଫେସର ସମରଜୀତ କର ଏବଂ ଏନ୍‌ଆଇଟି ରାଉରକେଲା ପ୍ରଫେସର ରତ୍ନାକର ଦାଶ ମଧ୍ୟ ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ରହିଛି।