ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମାନହାନି ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ ରାହୁଲ, ହେଲେ ୫ ମିନିଟ୍ ପରେ ମିଳିଗଲା ଜାମିନ୍…

Published By : Ladu Kishor | July 15, 2025 5:46 PM

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି (ମଙ୍ଗଳବାର) ଏକ ମାନହାନି ମାମଲାର ଶୁଣାଣି ପାଇଁ ଲକ୍ଷ୍ନୌ ପହଞ୍ଚିଥିଲେ । ଆଉ ସେଠାରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ହେଲେ ରାହୁଲଙ୍କୁ ଆତ୍ମସମର୍ପଣ କରିବାର ମାତ୍ର ୫ ମିନିଟ୍ ପରେ ଜାମିନ ମିଳିଗଲା। ଅତିରିକ୍ତ ସିଜେଏମ୍ ଆଲୋକ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଏମପି ଏମଏଲଏ କୋର୍ଟ ତାଙ୍କୁ ୨୦ ହଜାର ଟଙ୍କାର ଦୁଇଟି ବଣ୍ଡରେ ଜାମିନ ପ୍ରଦାନ କରିଥିଲେ। ସୂଚନାଥାଉକି, ଯେ ଏହି ମାମଲା 'ଭାରତ ଯୋଡୋ ଯାତ୍ରା' ସମୟରେ ଭାରତୀୟ ସୈନିକଙ୍କ ବିରୁଦ୍ଧରେ କଥିତ ଅପମାନଜନକ ଟିପ୍ପଣୀ ସହ ସମ୍ବନ୍ଧିତ ।  

ରାହୁଲ ଗାନ୍ଧୀ ଆଜି ଏହି ମାମଲାରେ ଲକ୍ଷ୍ନୌର ସ୍ୱତନ୍ତ୍ର ଏମପି-ଏମଏଲଏ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହୋଇଥିଲେ। କୋର୍ଟ ରାହୁଲଙ୍କୁ ସମନ ପଠାଇ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। 

ସୂଚନାଥାଉକି, ୧୬ ଡିସେମ୍ବର ୨୦୨୨ ରେ ରାହୁଲ ଭାରତ ଯୋଡୋ ଯାତ୍ରା ସମୟରେ ସେନା ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ତା'ପରେ ଗଲୱାନ ଘାଟିରେ ସଂଘର୍ଷ ସମ୍ପର୍କରେ କଂଗ୍ରେସ ନେତା କହିଥିଲେ ଯେ, ଚୀନ୍ ସେନା ଆମର ସୈନିକଙ୍କୁ ମାରୁଛି କିନ୍ତୁ କେହି ଏ ବିଷୟରେ ପଚାରୁ ନାହାଁନ୍ତି । ସେ କହିଥିଲେ ଯେ ଚୀନ୍ ସୈନିକ ମାନେ ଆମ ସୈନିକଙ୍କୁ ହତ୍ୟା କରୁଛନ୍ତି। ଯେତେବେଳେ କି ଭାରତୀୟ ସେନା ଡିସେମ୍ବର ୧୨ ରେ ଏକ ସରକାରୀ ବିବୃତ୍ତି ଜାରି କରି କହିଥିଲେ ଯେ, ଚୀନ୍ ସେନା ଭାରତୀୟ ସୀମାରେ ପ୍ରବେଶ କରୁଛି, ଯାହାର ଭାରତୀୟ ସେନା ଉଚିତ ଜବାବ ଦେଇଛି। ତେଣୁ ଚୀନ୍ ସେନା ନିଜ ଅଞ୍ଚଳକୁ ଫେରିଗଲା। ଏହି ସଂଘର୍ଷରେ ଉଭୟ ପକ୍ଷ ସାମାନ୍ୟ ଆହତ ହୋଇଥିଲେ । 

ତେବେ ରାହୁଲଙ୍କ ବୟାନ ପରେ, ପୂର୍ବତନ BRO ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଲକ୍ଷ୍ନୌ କୋର୍ଟରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ରାହୁଲ ଗାନ୍ଧୀ ଏହା ବିରୁଦ୍ଧରେ ଆଲ୍ଲାହାବାଦ ହାଇକୋର୍ଟ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା। ଏହା ପରେ, ରାହୁଲ ଆଜି ଲକ୍ଷ୍ନୌ କୋର୍ଟରେ ହାଜର ହୋଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.