ପ୍ରମୂଖ ଖବର
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଗଞ୍ଜାମରେ ୧୮ ଅପରାଧୀଙ୍କୁ ବାନ୍ଧିଲା ପୋଲିସ, ୧୭ ବନ୍ଧୁକ ଜବତ

Published By : Harapriya Sethi | May 4, 2025 2:35 PM

ଭୁବନେଶ୍ୱର, ୦୪/୦୫: ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍‌, ୬୬ଟି ଗୁଳି ଓ ୪ଟି ଖୋକା ଜବତ ହୋଇଛି ।

ଖବର ଅନୁଯାୟୀ, ରବିବାର ଦିନ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖରଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇଥିଲା । ଯେଉଁଥିରେ ସେ କହିଥିଲେ କି, ଗଞ୍ଜାମ ପୋଲିସ ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡ଼ା, ଭଞ୍ଜନଗର, ପୋଲସରା, ଚମାଖଣ୍ଡି ଅଞ୍ଚଳରେ ଚଢାଉ କରିଥିଲେ । ଯେଉଁଥିରେ ୧୮ ଜଣ ଅପରାଧୀଙ୍କୁ ଗିରଫ କରିଛି । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍‌, ୬୬ଟି ଗୁଳି ଓ ୪ଟି ଖୋକା ଜବତ ହୋଇଛି । ବିଭିନ୍ନ ଅପରାଧୀଙ୍କ ମାମଲାରେ ଜଡିତ ଥିଲେ ଏମାନେ । ପୋଲିସର ତଦନ୍ତ ପରେ ହିଁ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.