ପାଟଣାଗଡ଼, ୧୬/୧୨ : ପାଟଣାଗଡ଼ ଥାନା ବାଞ୍ଜୀଝାଲ ଗାଁରେ ରବିବାର ସରକାରଙ୍କ ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡ଼ ବଣ୍ଟନ କରୁଥିବାବେଳେ ସେହି ଗାଁର ବିର ବରିହା ଉକ୍ତ ଗ୍ରାମର ଆଶା କର୍ମୀ ଭବାନୀ ବରିହାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏପରିକି ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ପାଟଣାଗଡ଼ ବ୍ଲକ ପକ୍ଷରୁ ସୋମବାର ଥାନା ଘେରାଉ ମଧ୍ୟ କରାଯାଇଥିଲା ।

ଏହି ଘଟଣାରେ ପୁଲିସ ବୁଧବାର ଅଭିଯୁକ୍ତ ବିର ବରିହାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୁଚନା ଦେଇଛନ୍ତି ।