କୋଣାର୍କ,୩୧।୧ ; ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଅସାଧୁ କାଜୁ ବ୍ୟବସାୟୀମାନେ ପ୍ୟାକେଟରେ ନକୁଳ ଦାନା,ପୋକରା ଓ ନିମ୍ନମାନର କାଜୁ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା।  ଏ ନେଇ ବାରମ୍ବାର ଖବର ପ୍ରକାଶନ ପରେ କୋଣାର୍କ ପୁଲିସ ୨ଦିନ ହେଲା  ବିଭିନ୍ନ ସ୍ଥାନରେ ଚଢାଉ ଜାରି କରିଛି। ୩ଦିନ ମଧ୍ୟରେ ୫ଜଣ ଅସାଧୁ ବୁଲା କାଜୁ ବେପାରୀ ଗିରଫ ହୋଇଛନ୍ତି।

ଶନିବାର ପୂର୍ବାହ୍ନରେ କୋଣାର୍କ ପୁଲିସ ଏସଆଇ କେଦାର ଚନ୍ଦ୍ର ଡୋରା କୋଣାର୍କ ରିଙ୍ଗ ରୋଡ ନିକଟରେ  ଅସାଧୁ କାଜୁ ବେପାରୀଙ୍କୁ ଫିଲ୍ମ ଷ୍ଟାଇଲରେ  ଗୋଡେଇ ଗୋଡେଇ ଧରିଥିଲେ।  ୩ଜଣଙ୍କୁ କୋଣାର୍କ କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟ ୨ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି । ଅସାଧୁ ବ୍ୟବସାୟୀମାନେ ପର୍ଯ୍ୟଟକଙ୍କୁ ଲୋଭନୀୟ ଜରି ପ୍ୟାକେଟ ଭିତରେ ନକୁଳ ଦାନା, ପୋକରା କାଜୁ ରଖି କିଲୋ ପ୍ରତି ୬ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଥିଲା।