ଭୁବନେଶ୍ବର, ୧୫/୦୩: ପ୍ରଦେଶ କଂଗ୍ରେସ ବିରୋଧରେ ଷଡ଼ଯନ୍ତ୍ର । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ହରାଇବାକୁ ବିଧିବଦ୍ଧ ରଣନୀତି । ବିଜେପି ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ୍ ରାୟ ଷଡ଼ଯନ୍ତ୍ର ରଚିଛନ୍ତି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏଭଳି ସାଙ୍ଘାତିକ୍ ଅଭିଯୋଗ ଆଣିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ।
ସେ କହିଛନ୍ତି, ତାଙ୍କ ବିଧାୟକଙ୍କୁ କିଣିବା ପାଇଁ ଭାରତୀୟ ଜନତା ପାର୍ଟି ଏବଂ ଦିଲ୍ଲୀପ ରାୟ ଲଗାତାର ଉଦ୍ୟମ ଚଳାଇଛନ୍ତି । କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ କରିବାକୁ ୫ କୋଟି ଟଙ୍କା ଲେଖାଏଁ ଅଫର୍ ଦିଆଯାଉଛି । ବେଙ୍ଗାଳୁରୁ ସ୍ଥିତ ହୋଟେଲରେ ଥିବା ବିଧାୟକଙ୍କୁ ଟ୍ରାପ୍ ପାଇଁ ଉଦ୍ୟମ କରୁଛନ୍ତି । ରାଉରକେଲାରୁ ୪ଜଣ ଓଡ଼ିଆ ଯୁବକ ଆସି କର୍ଣ୍ଣାଟକ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ସେମାନଙ୍କୁ ଦିଲ୍ଲୀପ ରାୟ ପଠାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା । ବେଙ୍ଗାଲୁରୁରେ ୮ ଭୋଟ୍ ଏବଂ ଭୁବନେଶ୍ବରରେ ଆଉ ୬ ଭୋଟ୍ ସୁରକ୍ଷିତ ରହିଛି । ସେମାନେ ଆମ ବିଧାୟକଙ୍କୁ ବ୍ଲାଙ୍କ୍ ଚେକ୍ ଦେଇ କିଣିବାକୁ ଚେଷ୍ଟା କରୁଛନ୍ତି । ଯଦି ଘୋଡ଼ା ବେପାର ହୁଏ ଏଥିପାଇଁ ଦିଲ୍ଲୀପ ରାୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟୀ ରହିବେ ବୋଲି ଉଲ୍ଲାକା କହିଛନ୍ତି । ଅନ୍ୟପଟେ ଏ ସାଂଘାତିକ ଅଭିଯୋଗକୁ ନେଇ ଦିଲ୍ଲୀପ ରାୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।...