ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର

Published By : Harapriya Sethi | December 2, 2024 8:41 AM

ଭଦ୍ରକ,୦୨/୧୨: ଗୋରୁ ବୋଝେଇ ଗାଡ଼ି ଜବତ । ଗୋଡେଇ ଗୋଡେଇ ଧରିଲା ଭଦ୍ରକ ପୁରୁଣା ବଜାର ପୋଲିସ । ଗାଡ଼ିକୁ ଷ୍ଟାର୍ଟରେ ଛାଡି ଫେରାର ହେଲା ଡ୍ରାଇଭର । ଭଦ୍ରକ ଜିଲ୍ଲା ଡାହାଣୀଠାରେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି ପୋଲିସ ।

ସୂଚନା ମୁତାବକ, ତିହିଡିରୁ ଏକ ଗାଡ଼ିରେ ଗୋରୁ ଚାଲାଣ ହେଉଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ପୁରୁଣା ବଜାର ଓ ସହରାଞ୍ଚଳ ପୋଲିସ ବିଭିନ୍ନ ସ୍ଥାନରେ ବ୍ଳକିଂ କରିବା ସହ କିଛି ସ୍ଥାନରେ ଲୁଚି ରହିଥିଲେ । ଗୋରୁ ଗାଡ଼ି ଦେଖି ପୁରୁଣା ବଜାର ଥାନା ପୋଲିସ ଗୋଡାଇଥିଲା । ଏହା ଦେଖି ଗାଡିର ଡ୍ରାଇଭର ଡରି ଯାଇଥିଲା । ଡାହାଣୀଗଡିଆ ନିକଟରେ ଡ୍ରାଇଭର ଗାଡିକୁ ଷ୍ଟାର୍ଟରେ ରଖି ଦୌଡ଼ି ପଳାଇଥିଲା । ଗାଡିଟିକୁ ପୋଲିସ ଜବତ କରିବା ପରେ ଭଦ୍ରକ ଏସପି ମାଡକର୍ ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଡ଼ିରେ ୧୩ ଟି ଗୋରୁ ଚାଲାଣ ହେଉଥିବା ବେଳେ ସମସ୍ତ ଗୋରୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.