ପାଟଣା,୨୭/୧୧:  ଗିରଫ କରିବାକୁ ଯାଇ ରାତି ସାରା ଅଟକ ରହିଲେ ପୁଲିସ କର୍ମଚାରୀ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା। ସୂଚନା ମୁତାବକ,  ଯମୁନାପଶି ଗ୍ରାମର  ଜିନ୍ଦଲ ଓ ପୋସ୍କୋ ବିରୋଧୀ ମଞ୍ଚର ସମ୍ପାଦକ ବେଣୁଧର ସର୍ଦାରଙ୍କ ସହ ୫ ଜଣଙ୍କୁ ଗିରଫ କରିବାକୁ ରାତି ୨ ଟାରେ ଗାଁକୁ ପୁଲିସ ଯାଇଥିଲା । ହେଲେ  ୭ ଗାଡି ସହ ପୁଲିସ କର୍ମଚାରୀଙ୍କୁ ରାତିସାରା ଅଟକ ରଖିଥିଲେ ଗ୍ରାମବାସୀ। ଏନେଇ ଖବର ପାଇ  ୩ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି  ମୃଦୁ ଲାଠି ଚାଳନା ସହ  ତହସିଲଦା ପହଁଞ୍ଚିବା ପରେ ପୁଲିସ ଉଦ୍ଧାର ପାଇଥିବା ସୂଚନା ମିଳିଛି। ଏଥିସହ ବେଣୁଧର ସର୍ଦାରଙ୍କ ସମେତ ୫ ଜଣଙ୍କୁ ଉଠାଇ ଆଣି ଅଟକ ରଖିଛି ପୁଲିସ।